ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକଡ଼ାଉନ୍ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କଣ ହେଲା କଟକଣା, କଣ ହେଲା କୋହଳ ?

426

କନକ ବ୍ୟୁରୋ : ଜୁଲାଇ ମାସ ପାଇଁ ଆସିଲା ଗାଇଡଲାଇନ । ଆସନ୍ତା ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ୩୦ ଜିଲ୍ଲାକୁ ୨ଟି କାଟାଗୋରୀରେ ବିଭକ୍ତ କରାଯାଇଛି । କାଟାଗୋରୀ-ଏରେ ୨୦ଟି ଜିଲ୍ଲା ରହିଛି, ଯେଉଁଠି ସଂକ୍ରମଣ ୫ ପ୍ରତିଶତରୁ କମ ରହିଛି । କାଟାଗୋରୀ -ବିରେ ୧୦ଟି ଜିଲ୍ଲାକୁ ସାମିଲ କରାଯାଇଛି । ତେବେ କାଟାଗୋରୀ-ଏ, କାଟାଗୋରୀ-ବି ଜିଲ୍ଲାରେ କଣ ଖୋଲା ଓ କଣ ବନ୍ଦ ତାହା ଉପରେ ଥରେ ନଜର ପକାନ୍ତୁ ।

କାଟାଗୋରୀ-ଏରେ ଥିବା ଜିଲ୍ଲା : ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା

କାଟାଗୋରୀ-ଏରେ ଥିବା ୨୦ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ଏହି ୨୦ଟି ଜିଲ୍ଲାରେ ଯାତ୍ରୀବାହୀ ବସ୍ ଚଳାଚଳ କରିପାରିବ । ତେବେ ବସରେ ଯେତିକି ସଂଖ୍ୟକ ସିଟ୍ ରହିଥିବ ସେତିକି ସଂଖ୍ୟକ ଯାତ୍ରୀ ନେବାକୁ ଅନୁମତି ରହିଛି । ସେହିଭଳି ଟ୍ୟାକ୍ସି ଓ ଅଟୋରିକ୍ସାରେ ଚାଳକଙ୍କ ସହ ମାତ୍ର ୨ ଜଣ ଯାତ୍ରୀ ଯାଇପାରିବେ । କାଟାଗୋରୀ-ଏରେ ଥିବା ଜିଲ୍ଳା ଗୁଡିକରେ କଟକଣା ଟିକିଏ କୋହଳ କରାଯାଇଥିବା ବେଳେ ଦୈନିକ ଓ ସାପ୍ତାହିକ ହାଟକୁ ଅନୁମତି ମିଳିଛି ।

କାଟାଗୋରୀ-ଏରେ ଥିବା ଜିଲ୍ଳା ଗୁଡିକରେ ମଲ,ସ୍ପା, ବିୟୁଟିପାର୍ଲର ବନ୍ଦ ରହିବ କିନ୍ତୁ ଛୋଟ ସେଲୁନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଏହାବାଦ୍ ଆଉଟଡୋର ଓ ଇନଡୋର ଫିଲ୍ମ ସୁଟିଂକୁ ମଧ୍ୟ ଏହି ଜିଲ୍ଲା ଗୁଡିକରେ ଅନୁମତି ମିଳିଛି । ଏସବୁ ବ୍ୟତୀତ ରାଜ୍ୟ ସାରା ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟକର୍ଫ୍ୟୁ ପୂର୍ବଭଳି ଜାରି ରହିବ । ଟିକାକରଣ, ଟେଷ୍ଟିଂ ଓ ସ୍ୱାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କୌଣସି କଟକଣା ରହିବନି ।

କାଟାଗୋରୀ-ବିରେ ଥିବା ଜିଲ୍ଲା : ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ

କାଟାଗୋରୀ ବି ରେ ସମସ୍ତ ଦୋକାନ ଖୋଲିବ । ମଲ, ସ୍ପା, ବିୟୁଟି ପାର୍ଲର ଛାଡିକି ଅନ୍ୟ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ସକାଳ ୬ଟାରୁ ଦିନ ଦୁଇଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି । ମେଡିସିନ ଦୋକାନ ଛାଡିକି ଅନ୍ୟ ସମସ୍ତ ଦୋକାନ ୨ଟା ପରେ ବନ୍ଦ ରହିବ । ଏହି ୧୦ଟି ଜିଲ୍ଲାରେ ଆଉଟଡୋର ଫିଲ୍ମ ସୁଟିଂ ହେବ , ଇନଡୋର ଫିଲ୍ମ ସୁଟିଂ ହେବନି । ସପ୍ତାହାନ୍ତ ହାଟ ଏବଂ ଦୈନିକ ମାର୍କେଟ ବନ୍ଦ ରହିବ । ନିର୍ଦ୍ଧାରିତ ସମୟରେ ଉଠା ଦୋକାନୀ ଖୋଲି ପରିପାରିବେ । ସେମାନେ ଖାଇବା ଜିନିଷ ବିକ୍ରି କରିପାରିବେ । କିନ୍ତୁ ଠିଆ ହେଇ କିମ୍ବା ବସିକି ଖାଇପାରିବେ ନାହିଁ କିନ୍ତୁ ପାର୍ସଲ ନେଇପାରିବେ । ବାହାଘର ଓ ଅନ୍ତିମ କ୍ରିୟା ପାଇଁ ପୂର୍ବରୁ ଲାଗିଥିବା କଟକଣା ବଳବତ୍ତର ରହିବ । ବାହାଘର ଭୋଜି ହେବନି ।

ତେବେ, ବ୍ୟବସାୟ ପ୍ରତିଷ୍ଠାନ ମାଲିକମାନେ ଦୋକାନ ଭିତରେ , ବାହାରେ ଗ୍ରାହକ ଯେପରି ସାମାଜିକ ଦୂରତା ମାନିବେ । କୋଭିଡ୍ ନିୟମ ପାଳନ କରିବେ, ସମସ୍ତେ ମାସ୍କ ପିନ୍ଧିବେ । ସୀମିତ ସଂଖ୍ୟକ ଗ୍ରାହକ ଦୋକାନ ଭିତରକୁ ଯାଇପାରିବେ । ଏଥିପାଇଁ ମାଲିକମାନେ ସେମାନଙ୍କ ଷ୍ଟାଫ କିମ୍ବା ଭଲ୍ୟୁଣ୍ଟରମାନଙ୍କୁ ଏଥିରେ ନିୟୋଜିତ କରିପାରିବେ । ଜିଲ୍ଲାପାଳ ଏବଂ ମ୍ୟୁନିସପାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ଅକସ୍ମାତ ଗସ୍ତ କରି ସ୍ଥିତି ତଦାରଖ କରିବେ । ଯେଉଁ ଦୋକାନୀମାନେ କୋଭିଡ୍ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ଦୋକାନ ସିଲ କରିପାରିବେ  । ଏବଂ ଦୋକାନ ସିଲ କରି ଫାଇନ ଆଦାୟ କରିପାରିବେ, କ୍ଲିମିନାଲ କେସ ମଧ୍ୟ ଦାୟର କରିପାରିବେ । ତେଣୁ ଜୀବନ ଏବଂ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।