୫୮୦ ବର୍ଷ ପରେ ଆଜି ଶତାଦ୍ଧୀର ଦୀର୍ଘତମ ଚନ୍ଦ୍ରଗ୍ରହଣ : ଭାରତୀୟ ସମୟ ଦିନ ୧୧ଟା ୩୨ରେ ଆରମ୍ଭ ହେବ ଗ୍ରହଣ

ଭାରତ ଓ ଓଡ଼ିଶାରେ ହେବନି ଦୃଶ୍ୟମାନ

1,086

କନକ ବ୍ୟୁରୋ : ଆଜି ୫୮୦ ବର୍ଷ ପରେ ଦୃଶ୍ୟମାନ ହେବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ସଂଘଟିତ ହେବ । ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାୱାଇର କିଛି ଅଂଶ ତଥା ଉତ୍ତର-ପଶ୍ଚମ ଓ ଉତ୍ତର-ୟୁରୋପର କିଛି ଅଂଚଳରେ ଦୃଶ୍ୟମାନ ହେବ । ଭାରତ କିମ୍ବା ଓଡ଼ିଶାରେ ଏହା ଦୃଶ୍ୟମାନ ହେବ ନାହିଁ ।

ଭାରତୀୟ ସମୟ ଦିନ ୧୧ଟା ୩୨ରେ ଏହା ଆ‌ରମ୍ଭ ହେବ । ଏହି ସମୟରେ ଚନ୍ଦ୍ର, ପୃଥିବୀର ଉପଛାୟାରେ ପ୍ରବେଶ କରିବ । ସେହିପରି ଦିନ ୧୨ଟା ୪୮ରେ ପୃଥିବୀର ଛାୟାରେ ଚନ୍ଦ୍ର ପ୍ରବେଶ କରିବ। ଅପରାହ୍‌ଣ ୨ଟା ୩୨ମିନିଟ୍‌ ସୁଦ୍ଧା ଚନ୍ଦ୍ରର ସର୍ବାଧିକ ୯୭.୪୨% ଭାଗ ପୃଥିବୀ ଛାୟାରେ ପ୍ରବେଶ କରିସାରିଥିବ । ‌ସେହିପରି ଅପରାହ୍‌ଣ ୪ଟା ୧୭ରେ ଚନ୍ଦ୍ର, ପୃଥିବୀର ଛାୟାରୁ ବାହାରିବା ଆରମ୍ଭ କରିବ । ୫ଟା ୩୩ ମିନିଟ୍‌ ସୁଦ୍ଧା ଚନ୍ଦ୍ର, ପୃଥିବୀର ଉପଛାୟାରୁ ସମ୍ପୂର୍ଣ୍ଣ ବାହାରି ସାରିଥିବ ବୋଲି ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।