କନକ ବ୍ୟୁରୋ : ଦୁର୍ନୀତିର ପ୍ରମାଣ ମିଳିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି କ୍ରମରେ ପ୍ରଥମେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇଛନ୍ତି ମମତା । ପାର୍ଥ ମମତାଙ୍କ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ମନ୍ତ୍ରୀ ଥିଲେ ।

Advertisment

ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି କରିଥିବା ନେଇ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଯାଂଚ ବେଳେ ପାର୍ଥ ଚାଟାର୍ଜୀଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପାଖା ପାଖି ୫୫ କୋଟି ଟଙ୍କା ଜବତ କରାଯାଇଛି । ଏହାସହ କୋଟି କୋଟି ଟଙ୍କାର ସୁନା ଗହଣା ଓ କିଛି ଜମିବାଡିର କାଗଜପତ୍ର ଜବତ କରିଛି ଇଡି ।

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସ ମୁତାବକ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯିବା ସହ ଅନ୍ୟ ସମସ୍ତ ପଦରୁ ବି ବିଦା କରାଯାଇଛି । ଏଥିରେ ସୂଚନା ଓ ପ୍ରସାରଣ ବିଭାଗ, ସଂସଦୀୟ ମାମଲା ସହିତ ଜଡିତ ବିଭାଗ ଆଦିରୁ ତାଙ୍କୁ ବିଦା କରାଯାଇଛି ।

କହିରଖୁ କି ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ପାର୍ଥଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରାଯାଇଥିଲା । ଏଥିରେ ୨୧ କୋଟି ଟଙ୍କା ଜବତ ହୋଇଥିଲା । ଏହାପରେ ବୁଧବାର ଦିନ ଅର୍ପିତାଙ୍କ ଅନ୍ୟ ଏକ ଘରେ ଇଡିର ଚଢାଉ ବେଳେ ପାଖା ପାଖି ୨୦ ଟଙ୍କା ଜବତ ହୋଇଛି । ଏହି ମାମଲାରେ ପାର୍ଥଙ୍କ ସହ ଅର୍ପିତାଙ୍କୁ ମଧ୍ୟ ଇଡି ଗିରଫ କରିଛି । ଇଡିର ପଚରା ଉଚରା ବେଳେ କିଛି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଅର୍ପିତା । ସେ କହିଛନ୍ତି କି ତାଙ୍କ ଘରକୁ ପାର୍ଥ ମିନି ବ୍ୟାଙ୍କ ଭଳି ବ୍ୟବହାର କରୁଥିଲେ । ହେଲେ ସେହି ଘର ଭିତରକୁ ଅର୍ପିତାଙ୍କୁ ପ୍ରବେଶ କରିବାକୁ ଦିଆଯାଉ ନଥିବା କଥା ଇଡି ଆଗରେ ଅର୍ପିତା କହିଛନ୍ତି ।