କନକ ବ୍ୟୁରୋ : ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଛି । କଲିକତା ହାଇକୋର୍ଟ ଗତକାଲି ନିର୍ଦ୍ଦେଶ ଦେବା ପରେ ଆଜି ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇଛି । ତେବେ ଚିକିତ୍ସା ପାଇଁ ପାର୍ଥ ଚାଟାର୍ଜୀ ଭୁବନେଶ୍ୱର ଏମ୍ସ ଭିତରକୁ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ବଡ ପାଟିରେ ଚୋର ଚୋର ବୋଲି କହିଥିଲେ । ପଶ୍ଚିମବଙ୍ଗର କ୍ୟାବିନେଟ୍ ମନ୍ତ୍ରୀ ପାର୍ଥ ସ୍ୱାସ୍ଥ୍ୟଜନିତ ସମସ୍ୟା କାରଣରୁ ତାଙ୍କ ଓକିଲ ନିମ୍ନ ଅଦାଲତଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ ।

Advertisment

କୋର୍ଟଙ୍କ ନିର୍ଦ୍ଦେଶ ପରେ ପାର୍ଥ କୋଲକାତାର ଏସଏସକେଏମ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ତେବେ ଏଠାରୁ ଭୁବନେଶ୍ୱର ଏମ୍ସ ଯିବାକୁ ଚାହିଁବାରୁ ଏହାକୁ ବିରୋଧ କରିଥିଲା ଇଡି । ଫଳରେ ଏହି ମାମଲା କୋର୍ଟକୁ ଯାଇଥିଲା । କୋର୍ଟ ମାମଲାର ଶୁଣାଣି କରି ପାର୍ଥଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ, ଭୁବନେଶ୍ୱର ଏମ୍ସ ଅଧିକାରୀଙ୍କୁ କାର୍ଡିଓଲୋଜି, ନେଫ୍ରୋଲୋଜି, ଶ୍ୱାସକ୍ରିୟ ଚିକିତ୍ସା ଓ ଏଣ୍ଡୋକ୍ରିନୋଲୋଜିରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସାର ଯାଂଚ କରିବାକୁ ଆଦେଶ ଦେଇଛନ୍ତି ।