ଭାଲେନଟାଇନ୍ ସପ୍ତାହରେ ଅରଜିତଙ୍କ 'ଧୋକା' ଗୀତକୁ ନେଇ ଚର୍ଚ୍ଚା । ପାର୍ଥ ସମଥାନ ଓ ଖୁସାଲି କୁମାରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି

Advertisment
ଭାଲେନଟାଇନ୍ ସପ୍ତାହରେ ଅରଜିତଙ୍କ 'ଧୋକା' ଗୀତକୁ ନେଇ ଚର୍ଚ୍ଚା । ପାର୍ଥ ସମଥାନ ଓ ଖୁସାଲି କୁମାରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି

କନକ ବ୍ୟୁରୋ : ଚାଲିଛି ଭାଲେନଟାଇନ ସପ୍ତାହ । ସାରା ଦେଶରେ ଟେଡି ଡେ ପାଳନ ହେଉଥିବା ବେଳେ ଲୋକପ୍ରିୟ ସିଙ୍ଗର ଅରିଜିତ ସିଂଙ୍କର ଏକ ଗୀତ ଯୁବପିଢିଙ୍କୁ ବେଶ ପସନ୍ଦ ଆସିଛି । ‘ଧୋକା’ ‘ଟାଇଟଲର ଏହି ଗୀତ ୟୁଟୁବରେ ରିଲିଜ ହେବାର ଘଂଟାଏ ଭିତରେ ଅନେକ ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଗୀତରେ ଅଭିନେତା ପାର୍ଥ ସମଥାନ ଓ ଅଭିନେତ୍ରୀ ଖୁସାଲି କୁମାରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ଅଭିନେତା ନିଶାନ୍ତ ଦହିୟା ଏଥିରେ ଖୁସାଲି କୁମାରଙ୍କ ସ୍ୱାମୀ ରୁପେ ନଜର ଆସିଛନ୍ତି ।

ଗୀତଟି ଦୁଇ ଜଣ ପେମିକ ଯୁଗଳଙ୍କୁ ନେଇ ଆଧାରିତ । ପ୍ରେମିକା ଜଣକ କେମିତି ପୁରୁଣା ପ୍ରେମିକକୁ ଧୋକା ଦେଇ ଅନ୍ୟଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି ତାହ ଏଥିରେ ଦର୍ଶାଯାଇଛି । ଗୀତଟିର ସଂଯୋଜନା ଭାର ମନନ ଭରଦ୍ୱାଜ ତୁଳାଇଥିବା ବେଳେ କଣ୍ଠଦାନ କରିଛନ୍ତି ବଲିଉଡର ରୋମାନ୍ଟିକ ସିଙ୍ଗର ଅରିଜିତ ସିଂ । ଅରିଜିତଙ୍କ ଏହି ଗୀତ ଦର୍ଶକଙ୍କୁ ମତୁଆଲା କରି ଦେଉଛି । ଗୀତ ଟୀକୁ ଯିଏ ବି ଥରେ ଶୁଣୁଛି ଆଉଥରେ ଶୁଣିବାକୁ ଇଚ୍ଛା କରୁଛି । ଗୁଲସନ କୁମାର ଓ ଟି ସିରିଜ ପ୍ରସ୍ତୁତ କରିଥିବା ଏହି ଗୀତଟିକୁ ଦଶର୍କ ବହୁତ ଭଲପାଇବା ଦେଇଛନ୍ତି । ନିର୍ଦ୍ଦେଶକ ମୋହନ. ଏସ ବୈରାଗ ଗୀତ ‘ଧୋକା’ର ସଫଳତାକୁ ନେଇ ବେସ ଆଶାୟୀ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe