କନକବ୍ୟୁରୋ : ରାଜନୀତିରେ ରାଜୁ ଦାସ । ଯାହାକୁ ନେଇ ସରା ଓଡ଼ିଶାରେ ଚର୍ଚ୍ଚା ହୋଇଥିଲା । ଧାମନଗର ଉପନିର୍ବାଚନ ବେଳେ ଦଳୀୟ ଟିକେଟ ନମିଳିବାରୁ ସ୍ୱାଧୀନ ହୋଇଥିଲେ । ଏବଂ ବିଜେଡି ବିଜୟରେ ବ୍ରେକ ଲଗାଇଥିଲେ । ଆଉ ସେହି ରାଜୁ ଦାସ ଏବେ ପୁଣି ଚର୍ଚ୍ଚାରେ । ଏପ୍ରିଲ ୨ତାରିଖରେ ସୋରର ବିଜେପି ବିଧାୟକ ପ୍ରାର୍ଥୀ ନେଇ ତାଙ୍କ ନା ଘୋଷଣା ହେଲା । କିନ୍ତୁ ଶେଷରେ ନାମାଙ୍କନ ବେଳେ ତାଙ୍କୁ ଦଳୀୟ ଟିକେଟ ମିଳିଲାନି । କିନ୍ତୁ ନାମାଙ୍କନ ଭରିଛନ୍ତି ରାଜୁ ଦାସ ।
ଆଉ ଏହାର କିଛି ସମୟ ପରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ସ୍ପଷ୍ଟ କରି କହିଲେ ଯେ, ପର୍ଶୁରାମ ଧଡ଼ା ହେଉଛନ୍ତି ସୋରର ବିଧାନସଭା ପ୍ରାର୍ଥୀ । ସେତେବେଳେ ଧାମନଗରରେ ବିଜେଡି ଟିକେଟ ଦେଇନଥିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ । ଆଉ ଏବେ ସୋରରୁ ବି ନାମାଙ୍କନ ଭରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/22-16.jpg)