କନକ ବ୍ୟୁରୋ: ରାଉରକେଲାରୁ ଶୁଆ ଚୋର ରାକେଟ୍ ଠାବ । ବେଆଇନ୍ ବିକ୍ରି ବେଳେ ମାଡ଼ିବସିଲା ବନବିଭାଗ । ୭୨ଟି ଜଙ୍ଗଲି ଶୁଆ ଜବତ କରିଛି ବନବିଭାଗ । ଏହି ଘଟଣାରେ ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କ ନିକଟରେ ବେଆଇନ ଜଙ୍ଗଲୀ ଶୁଆ କାରବାର ହେଉଥିବା ନେଇ ଜଣାପଡ଼ିବା ପରେ ଚଢ଼ଉ କରିଥିଲା ବନବିଭାଗ ।