କନକ ବ୍ୟୁରୋ : ସଂସଦର ସୂଚନା ଓ ଟେକନିକ୍ ବିଭାଗର ସ୍ଥାୟୀ କମିଟି ମାଇକ୍ରୋବ୍ଲଗିଙ୍ଗ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ଅଧିକାରୀଙ୍କୁ ଜୁନ ୧୮ ତାରିଖରେ ହାଜର ହେବା ପାଇଁ ନୋଟିସ ଜାରି କରିଛନ୍ତି । ନୂଆ ଆଇଟି ଆଇନକୁ ନେଇ ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଏଭଳି ନୋଟିସ୍ କରାଯାଇଛି । ଏହା ସହିତ ସଂସଦୀୟ ସମିତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଡିଜିଟାଲ ସ୍ପେଶର ସୁରକ୍ଷାକୁ ନେଇ ଚର୍ଚ୍ଚା ହେବ ବୋଲି କୁହାଯାଇଛି ।
ସୂଚନା ମୁତାବକ ଏହି ପ୍ୟାନେଲ ଆଇଟି ନିୟମ ଓ ଏବେ ଘଟିଥିବା କିଛି ଘଟଣାକୁ ନେଇ ମେନ୍ୟୁଲେଟିଭ୍ ମିଡିଆ ବିବାଦ ଓ ଦିଲ୍ଲୀ ପୋଲିସ ତରଫରୁ ଟ୍ୱିଟରର ଅଧିକାରୀଙ୍କୁ ନୂଆ ଗାଇଡଲାଇନ ନେଇ ପଚରା ଉଚରା କରିପାରେ ।
Parliamentary Standing Committee on Information & Technology asks Twitter to appear before them in Parliament Complex on June 18 on safeguarding citizens’ rights & prevention of misuse of social/online news media platforms incl special emphasis on women security in digital space'
— ANI (@ANI) June 15, 2021
ସଂସଦୀୟ ସମିତିର ପ୍ୟାନେଲ ପ୍ରଥମେ ଟ୍ୱିଟର ପକ୍ଷ ଶୁଣିବ ଓ ଏହାପରେ ଇଲେକ୍ଟ୍ରୋନିକ ଏବଂ ସୂଚନା ମନ୍ତ୍ରଣାଳ ନାଗରିକଙ୍କ ଅଧିକାର ସୁରକ୍ଷା ରଖିବା ଓ ସୋସିଆଲ ମିଡିଆ ଏବଂ ଅନଲାଇନ ନ୍ୟୁଜ୍ ମିଡିଆ ପ୍ଲାଟଫର୍ମ ର ଭୂଲ ବ୍ୟବହାର ସମେତ ଡିଜିଟାଲ ଦୁନିଆର ମାହୋଲକୁ କିଭଳି ସୁରକ୍ଷିତ ରଖାଯାଇ ପାରିବ ତା ଉପରେ କିଭଳି ବିଶେଷ ଧ୍ୟାନ ଦିଆଯାଇ ପାରିବ ଏହା ଉପରେ ପ୍ରମାଣ ରଖିବାକୁ ସୁଯୋଗ ଦିଆଯିବ ।
ଏହି ସମିତିର ଅଧ୍ୟକ୍ଷତା କରିବେ କଂଗ୍ରେସ ସାଂସଦ ଶଶି ଥରୁର । କହିଖୁ କି ଚଳିତ ବର୍ଷ ଫେବୃଆରୀ ମାସରେ ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏହାକୁ ନେଇ କେନ୍ଦ୍ର ସୂଚନା ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟରରୁ ସେହି ବିଷୟକୁ କାଟିଦେବା ଓ ବ୍ଲକ କରିବାକୁ କୁହାଯାଇଥିଲା ।