ଅଶାନ୍ତ ମାହୋଲ ଭିତରେ ଶ୍ରୀଲଙ୍କାରେ ସଂସଦ ଅଧିବେଶନ ଆରମ୍ଭ। ଜୁଲାଇ ୨୦ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅଧିବେଶନରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା।

Advertisment
ଅଶାନ୍ତ ମାହୋଲ ଭିତରେ ଶ୍ରୀଲଙ୍କାରେ ସଂସଦ ଅଧିବେଶନ ଆରମ୍ଭ। ଜୁଲାଇ ୨୦ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅଧିବେଶନରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା।

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଶନିବାରଠ ଆରମ୍ଭ ହେଉଛି ସଂସଦ ଅଧିବେଶନ । ଶ୍ରୀଲଙ୍କାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ପୂର୍ବରୁ ଶନିବାର ସଂସଦର ବୈଠକ ଡକାଯାଇଛି । ବୈଠକରେ ପଳାତକ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ପତ୍ର ସର୍ବସମ୍ମୁଖରେ ପଠନ କରାଯାଇଛି । ସେପଟେ ଆର୍ଥିକ ଓ ରାଜନୈତକ ସଙ୍କଟ ଭିତରେ ଶ୍ରୀଲଙ୍କାର ସ୍ଥିତିକୁ ସମ୍ଭାଳିବା ପାଇଁ ଏବେ କାମଚଳା ରାଷ୍ଟ୍ରପତି ଭାବେ ରାନିଲ ବିକ୍ରମସିଂଘେଙ୍କୁ ଦାୟିତ୍ୱ ଦିଆଯାଇଛି । ସେପଟେ ୭ଦିନ ଭିତରେ ଦେଶକୁ ନୂଆ ରାଷ୍ଟ୍ରପତି ମିଳିବ ବୋଲି କହିସାରିଛନ୍ତି ସଂସଦର ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଦନ । ଜୁଲାଇ ୨୦ରେ ୨୨୫ ଜଣ ସଦସ୍ୟ ବିଶିଷ୍ଟ ସଂସଦରେ ଗୁପ୍ତ ଭୋଟ ଜରିଆରେ ରାଷ୍ଟ୍ରପତି ନିର୍ବାଚନ କରାଯାଇପାରେ । ଏଭଳି ଘଡିସନ୍ଧି ମୂହୁର୍ତରେ ଶ୍ରୀଲଙ୍କାର ମଙ୍ଗ କିଏ ଧରିବ ସେକଥା ଜୁଲାଇ ୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଜଣାପଡିଛି । ତେବେ ଆସନ୍ତୁ ଜାଣିବା ଶ୍ରୀଲଙ୍କା ରାଷ୍ଟ୍ରପତି ରେସରେ ସବୁଠୁ ଆଗରେ କେଉଁମାନେ ରହିଛନ୍ତି ।

- ଏହି ରେସରେ ସବୁଠାରୁ ଅଧିକ ଆଗରେ ଅଛନ୍ତି ସାଜିତ୍ ପ୍ରେମଦାସା
- ସାଜିତ୍ ପ୍ରେମଦାସା ଶ୍ରୀଲଙ୍କା ବିରୋଧୀ ଦଳ ନେତା ଅଟନ୍ତି
- ସାଜିତ୍ ପ୍ରେମଦାସାଙ୍କ ପିତା ମଧ୍ୟ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିଲେ
- ସେହିପରି ଏହି ରେସରେ ଅନ୍ୟତମ ପ୍ରମୁଖ ପ୍ରତିଦ୍ୱନ୍ଦୀ ରହିଛନ୍ତି ବର୍ତ୍ତମାନ ପାଇଁ ଅନ୍ତରୀଣ ରାଷ୍ଟ୍ରପତି ଥିବା ରାନିଲ୍ ବିକ୍ରମସିଂଘେ
- ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟକୁ ସମ୍ଭାଳିବା ଉଦ୍ଦେଶ୍ୟରେ ଗତ ମେ ମାସରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ରାନିଲ୍ ବିକ୍ରମସିଂଘେ

ସାମ୍ପ୍ରତିକ ପରିସ୍ଥିତିରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ରେସରେ ଥିବା ସାଜିତ୍ ପ୍ରେମଦାସାଙ୍କ ଛବି ବେଶ୍ ସ୍ୱଚ୍ଛ । ତେବେ ଗତ ୨୦୧୯ ମସିହାରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ସେଥିରେ ସେ ବିଫଳ ହୋଇଥିଲେ ।

ଦୀର୍ଘମାସ ଧରି ପ୍ରଥମେ ଆର୍ଥିକ ଓ ପରେ ରାଜନୈତିକ ସଙ୍କଟ ଭିତରେ ହନ୍ତସନ୍ତ ହେଉଥିବା ଶ୍ରୀଲଙ୍କାର ସ୍ଥିତି କିଭଳି ସୁଧୁରିବ ସେନେଇ ତତ୍ପର ହୋଇ ଉଠିଛି ବର୍ତମାନ କାମଚଳା ସରକାର । ଏହାରି ଭିତରେ ଶ୍ରୀଲଙ୍କାକୁ ଦୀର୍ଘଦିନପରେ ଏକ ଖୁସି ଖବର ମିଳିଛି । ଶ୍ରୀଲଙ୍କା ଶନିବାର ପ୍ରଥମ ଇନ୍ଧନ ସିପମେଣ୍ଟ ପାଇଛି । ଗତ ୩ ସପ୍ତାହ ମଧ୍ୟରେ ଭାରତରେ ପହଂଚିବାର ଏହା ପ୍ରଥମ ସିପମେଣ୍ଟ । ଶନିବାର କଲମ୍ବୋ ନିକଟରେ ଏହା ପହଞ୍ଚିଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀଲଙ୍କାର ଶକ୍ତିମନ୍ତ୍ରୀ କାଞ୍ଚନା ବିଜିସେକେରା । ପ୍ରଥମ ସିପମେଣ୍ଟ ରେ ଡିଜେଲ୍ ଆସିଥିବାବେଳେ ଆସନ୍ତା ମଙ୍ଗଳବାର ପେଟ୍ରୋଲ ସିପମେଂଟ ପହଂଚିପାରେ । ସେହିପରି ୩ ଟି ସିପମେଣ୍ଟ ପାଇଁ ଦେୟ ଦିଆସାରିଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe