ଅଶାନ୍ତ ମାହୋଲ ଭିତରେ ଶ୍ରୀଲଙ୍କାରେ ସଂସଦ ଅଧିବେଶନ ଆରମ୍ଭ। ଜୁଲାଇ ୨୦ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅଧିବେଶନରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା।

70

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଶନିବାରଠ ଆରମ୍ଭ ହେଉଛି ସଂସଦ ଅଧିବେଶନ । ଶ୍ରୀଲଙ୍କାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ପୂର୍ବରୁ ଶନିବାର ସଂସଦର ବୈଠକ ଡକାଯାଇଛି । ବୈଠକରେ ପଳାତକ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ପତ୍ର ସର୍ବସମ୍ମୁଖରେ ପଠନ କରାଯାଇଛି । ସେପଟେ ଆର୍ଥିକ ଓ ରାଜନୈତକ ସଙ୍କଟ ଭିତରେ ଶ୍ରୀଲଙ୍କାର ସ୍ଥିତିକୁ ସମ୍ଭାଳିବା ପାଇଁ ଏବେ କାମଚଳା ରାଷ୍ଟ୍ରପତି ଭାବେ ରାନିଲ ବିକ୍ରମସିଂଘେଙ୍କୁ ଦାୟିତ୍ୱ ଦିଆଯାଇଛି । ସେପଟେ ୭ଦିନ ଭିତରେ ଦେଶକୁ ନୂଆ ରାଷ୍ଟ୍ରପତି ମିଳିବ ବୋଲି କହିସାରିଛନ୍ତି ସଂସଦର ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଦନ । ଜୁଲାଇ ୨୦ରେ ୨୨୫ ଜଣ ସଦସ୍ୟ ବିଶିଷ୍ଟ ସଂସଦରେ ଗୁପ୍ତ ଭୋଟ ଜରିଆରେ ରାଷ୍ଟ୍ରପତି ନିର୍ବାଚନ କରାଯାଇପାରେ । ଏଭଳି ଘଡିସନ୍ଧି ମୂହୁର୍ତରେ ଶ୍ରୀଲଙ୍କାର ମଙ୍ଗ କିଏ ଧରିବ ସେକଥା ଜୁଲାଇ ୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଜଣାପଡିଛି । ତେବେ ଆସନ୍ତୁ ଜାଣିବା ଶ୍ରୀଲଙ୍କା ରାଷ୍ଟ୍ରପତି ରେସରେ ସବୁଠୁ ଆଗରେ କେଉଁମାନେ ରହିଛନ୍ତି ।

– ଏହି ରେସରେ ସବୁଠାରୁ ଅଧିକ ଆଗରେ ଅଛନ୍ତି ସାଜିତ୍ ପ୍ରେମଦାସା
– ସାଜିତ୍ ପ୍ରେମଦାସା ଶ୍ରୀଲଙ୍କା ବିରୋଧୀ ଦଳ ନେତା ଅଟନ୍ତି
– ସାଜିତ୍ ପ୍ରେମଦାସାଙ୍କ ପିତା ମଧ୍ୟ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିଲେ
– ସେହିପରି ଏହି ରେସରେ ଅନ୍ୟତମ ପ୍ରମୁଖ ପ୍ରତିଦ୍ୱନ୍ଦୀ ରହିଛନ୍ତି ବର୍ତ୍ତମାନ ପାଇଁ ଅନ୍ତରୀଣ ରାଷ୍ଟ୍ରପତି ଥିବା ରାନିଲ୍ ବିକ୍ରମସିଂଘେ
– ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟକୁ ସମ୍ଭାଳିବା ଉଦ୍ଦେଶ୍ୟରେ ଗତ ମେ ମାସରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ରାନିଲ୍ ବିକ୍ରମସିଂଘେ

ସାମ୍ପ୍ରତିକ ପରିସ୍ଥିତିରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ରେସରେ ଥିବା ସାଜିତ୍ ପ୍ରେମଦାସାଙ୍କ ଛବି ବେଶ୍ ସ୍ୱଚ୍ଛ । ତେବେ ଗତ ୨୦୧୯ ମସିହାରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ସେଥିରେ ସେ ବିଫଳ ହୋଇଥିଲେ ।

ଦୀର୍ଘମାସ ଧରି ପ୍ରଥମେ ଆର୍ଥିକ ଓ ପରେ ରାଜନୈତିକ ସଙ୍କଟ ଭିତରେ ହନ୍ତସନ୍ତ ହେଉଥିବା ଶ୍ରୀଲଙ୍କାର ସ୍ଥିତି କିଭଳି ସୁଧୁରିବ ସେନେଇ ତତ୍ପର ହୋଇ ଉଠିଛି ବର୍ତମାନ କାମଚଳା ସରକାର । ଏହାରି ଭିତରେ ଶ୍ରୀଲଙ୍କାକୁ ଦୀର୍ଘଦିନପରେ ଏକ ଖୁସି ଖବର ମିଳିଛି । ଶ୍ରୀଲଙ୍କା ଶନିବାର ପ୍ରଥମ ଇନ୍ଧନ ସିପମେଣ୍ଟ ପାଇଛି । ଗତ ୩ ସପ୍ତାହ ମଧ୍ୟରେ ଭାରତରେ ପହଂଚିବାର ଏହା ପ୍ରଥମ ସିପମେଣ୍ଟ । ଶନିବାର କଲମ୍ବୋ ନିକଟରେ ଏହା ପହଞ୍ଚିଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀଲଙ୍କାର ଶକ୍ତିମନ୍ତ୍ରୀ କାଞ୍ଚନା ବିଜିସେକେରା । ପ୍ରଥମ ସିପମେଣ୍ଟ ରେ ଡିଜେଲ୍ ଆସିଥିବାବେଳେ ଆସନ୍ତା ମଙ୍ଗଳବାର ପେଟ୍ରୋଲ ସିପମେଂଟ ପହଂଚିପାରେ । ସେହିପରି ୩ ଟି ସିପମେଣ୍ଟ ପାଇଁ ଦେୟ ଦିଆସାରିଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।