ସଂସଦୀୟ ସମିତିରେ ଉଠିବ ଫୋନ ଟ୍ୟାପିଂ ମାମଲା । ଗୃହମନ୍ତ୍ରଣାଳୟର ଅଧିକାରୀଙ୍କ ସହ ୨୮ ତାରିଖରେ ବୈଠକ

159

କନକ ବ୍ୟୁରୋ : ରାଜନେତା, ସାମ୍ବାଦିକ ଓ ଅନ୍ୟ ଲୋକଙ୍କ ଫୋନ ଟ୍ୟାପିଂ ମାମଲାକୁ ନେଇ ଏବେ ସଂସଦରେ ଆଲୋଚନା ଜୋର ଧରିଛି । କଂଗ୍ରେସ ପକ୍ଷରୁ ଏହି ମାମଲାରେ ସଂସଦୀୟ ସମିତି ଦ୍ୱାରା ଯାଂଚ କରାଇବା ସହ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏହି ମାମଲାରେ ସଂସଦୀୟ ସମିତିରେ ଜୋରଦାର ଆଲୋଚନା ହେବ ବୋଲି ଜଣାପଡିଛି ।

ଏନେଇ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରଣାଳୟ ସହିତ ଜଡିତ ସ୍ଥାୟୀ କମିଟିର ବୈଠକ ଜୁଲାଇ ୨୮ ତାରିଖରେ ହେବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ପ୍ରଦ୍ୟୋଗିକ, ଗୃହ ଓ ସୂଚନା ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ବୈଠକକୁ ଆସିବାକୁ କୁହାଯାଇଛି । ଏହି ବୈଠକରେ ଏଜେଣ୍ଡା ଭାବେ ‘ନାଗରିକଙ୍କ ଡାଟା ସୁରକ୍ଷା ଓ ପ୍ରାଇଭେସୀ’ ରଖା ଯାଇଛି । କମିଟି ସହିତ ଜଡିତ ସୂଚନା ମୁତାବକ ଏହି ବୈଠକରେ ଇଜ୍ରାଇଲ ସଫ୍ଟୱେୟାର କମ୍ପାନୀ ପେଗାସସ୍ ର ବ୍ୟବହାର କରି ଫୋନ ଟ୍ୟାପିଂ ମାମଲାରେ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ ପଚରାଯିବ ।

ଏହି କମିଟିର ଅଧ୍ୟକ୍ଷ ଥିବା କଂଗ୍ରେସ ନେତା ଶଶୀ ଥରୁର୍ ଦୁଇଦିନ ହେବ ସରକାରଙ୍କୁ ଏହି ପ୍ରସଙ୍ଗରେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି କି ସରକାର ଯଦି କହୁଛନ୍ତି ଏହି ଗୁପ୍ତଚର ଘଟଣା ପଛରେ ତାଙ୍କର ହାତ ନାହିଁ ତେବେ ସରକାର ତୁରନ୍ତ ଏହାର ଯାଂଚ କରି ଲୋକମାନଙ୍କ ପାଖରେ ସ୍ପଷ୍ଟ କରନ୍ତୁ ଯେ ଏଭଳି ସମ୍ବେଦନଶୀଳ ମାମଲା ପଛରେ କାହାର ହାତ ରହିଛି । ଏହାସହ ପେଗାସସ୍ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି କି କମ୍ପାନୀ ସରକାରଙ୍କ ବିନା ଅନୁମତିରେ ଏହି ସଫ୍ଟୱେୟାର କାହାକୁ ବିକ୍ରି କରିପାରିବେ ନାହିଁ । ଏହାକୁ ନେଇ ଶଶି ଥରୁର୍ କହିଛନ୍ତି ପେଗାସସର ବୟାନ ଜଦି ଠିକ୍ ତାହେଲେ ଖୁବଶୀଘ୍ର ଏହା ପ୍ରମାଣ ହୋଇପାରିବ କି କିଏ ପେଗାସସ୍ ସଫ୍ଟ ୱେୟାର କିଣିଛି ।