ସଂସଦରେ ହଙ୍ଗାମା ଦ୍ୱାରା ଯୁବ ସାଂସଦଙ୍କ ଉପରେ ପଡୁଛି ଖରାପ ପ୍ରଭାବ। ଯୁବ ସାଂସଦଙ୍କ ଦୁଃଖକୁ ବରିଷ୍ଠ ସାଂସଦ ବୁଝିବା ଦରକାର: ପ୍ରଧାନମନ୍ତ୍ରୀ

ସଂସଦରେ ହଙ୍ଗାମା ଦ୍ୱାରା ଯୁବ ସାଂସଦଙ୍କ ଉପରେ ପଡୁଛି ଖରାପ ପ୍ରଭାବ। ଯୁବ ସାଂସଦଙ୍କ ଦୁଃଖକୁ ବରିଷ୍ଠ ସାଂସଦ ବୁଝିବା ଦରକାର: ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ସଂସଦର ଶୀତକାଳିନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଏଥିପାଇଁ ସଂସଦ ଭବନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ମିଡିଆକୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ସଂସଦରେ ହେଉଥିବା ହଙ୍ଗାମା ନେଇ ନିଜର ମତ ରଖିଥିଲେ । ସେ କହିଥିଲେ, ଯୁବ ସାଂସଦଙ୍କ ଉପରେ ଏହାର ପ୍ରଭାବ ପଡୁଛି । ସଂସଦର ବାରମ୍ବାର ହଙ୍ଗାମା ହେବା ଫଳରେ ଯୁବ ସାଂସଦମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ସେମାନେ କିଛି ଶିକ୍ଷା କରିବାକୁ ଚାହୁଁଛନ୍ତି । କିନ୍ତୁ ସେମାନେ ଶିକ୍ଷା ଗ୍ରହଣ କରିପାରୁନାହନ୍ତି । ସେ କହିଥିଲେ, ବିରୋଧୀ ସାଂସଦଙ୍କ ମଧ୍ୟ ଏହା କହିବା କଥା ଯେ ସେମାନଙ୍କୁ କହିବାକୁ ସୁଯୋଗ ମିଳୁନାହିଁ । ଏହା ହେବା ଦ୍ୱାରା ସେମାନଙ୍କର ମଧ୍ୟ କ୍ଷତି ହେଉଛି । ତେଣୁ ମୁଁ ଆଶା କରୁଛି ଯେ ଯୁବ ସାଂସଦ ମାନଙ୍କ ବେଦନାକୁ ସାଂସଦମାନେ ବୁଝନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe