କନକ ବ୍ୟୁରୋ: ସଂସଦର ଶୀତକାଳିନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଏଥିପାଇଁ ସଂସଦ ଭବନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ମିଡିଆକୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ସଂସଦରେ ହେଉଥିବା ହଙ୍ଗାମା ନେଇ ନିଜର ମତ ରଖିଥିଲେ । ସେ କହିଥିଲେ, ଯୁବ ସାଂସଦଙ୍କ ଉପରେ ଏହାର ପ୍ରଭାବ ପଡୁଛି । ସଂସଦର ବାରମ୍ବାର ହଙ୍ଗାମା ହେବା ଫଳରେ ଯୁବ ସାଂସଦମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ସେମାନେ କିଛି ଶିକ୍ଷା କରିବାକୁ ଚାହୁଁଛନ୍ତି । କିନ୍ତୁ ସେମାନେ ଶିକ୍ଷା ଗ୍ରହଣ କରିପାରୁନାହନ୍ତି । ସେ କହିଥିଲେ, ବିରୋଧୀ ସାଂସଦଙ୍କ ମଧ୍ୟ ଏହା କହିବା କଥା ଯେ ସେମାନଙ୍କୁ କହିବାକୁ ସୁଯୋଗ ମିଳୁନାହିଁ । ଏହା ହେବା ଦ୍ୱାରା ସେମାନଙ୍କର ମଧ୍ୟ କ୍ଷତି ହେଉଛି । ତେଣୁ ମୁଁ ଆଶା କରୁଛି ଯେ ଯୁବ ସାଂସଦ ମାନଙ୍କ ବେଦନାକୁ ସାଂସଦମାନେ ବୁଝନ୍ତୁ ।

Advertisment