କନକ ବ୍ୟୁରୋ : ସଂସଦର ଶୀତ ଅଧିବେଶନରେ ବିଜେଡ଼ି ରାଜ୍ୟ ସ୍ୱାର୍ଥ ସମ୍ପର୍କୀତ ଏକାଧିକ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ହେଉଛି । ୨୦ ଦିନ ଧରି ଚାଲିବାକୁ ଥିବା ଶୀତ ଅଧିବେଶନ ୨୩ ତାରିଖରେ ଶେଷ ହେବ । ବିଜେଡ଼ି ଚାଷୀ ପ୍ରସଙ୍ଗ ଠାରୁ ଆରମ୍ଭ କରି ଗ୍ୟାସ ଦର ବୃଦ୍ଧି ଏବଂ ମହିଳା ମାନଙ୍କୁ ସଂସଦ ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦାବି ଉପସ୍ଥାପନ କରିବ ବୋଲି ଗତକାଲି ସର୍ବଦଳୀୟ ବୈଠକରେ ସଂକେତ ଦେଇଛି ।

Advertisment

- ଏମଏସପିକୁ ଆଇନ ପରିସରଭୁକ୍ତ କରିବା ପାଇଁ ସଂସଦରେ ଦାବି କରିବ ବିଜେଡି 

- ସରକାର ଧାନ ମୂଲ୍ୟ ପାଇଁ ଯେଉଁ ଏମଏସପି ଧାର୍ଯ୍ୟ କରୁଛନ୍ତି ସେଥିରେ ଚାଷୀର ଲାଭ ହେଉନି 

- ସ୍ୱାମୀନାଥନ କମିଟିର ସୁପାରିଶକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ବୋଲି ଦାବି କରିବ ବିଜେଡି 

- ବଳକା ଉଷୁନା ଚାଉଳକୁ ଏଫସିଆଇ ନଉଠାଇବା ନିଷ୍ପତ୍ତି ପୁନର୍ବିଚାର ଦାବି କରିବ 

- ଏ ବର୍ଷ ୨୪ରୁ ୨୫ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏଫସିଆଇ ନଉଠାଇଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବ

- ଖାଦ୍ୟ ସବସିଡି ବାବଦରେ ୭ ହଜାର କୋଟିରୁ ଅଧିକ ଟଙ୍କା ତୁରନ୍ତ ରିଲିଜ ପାଇଁ ଦାବି କରିବ 

- ମହିଳାମାନଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଦାବି

- ଏ ସମ୍ପର୍କିତ ମହିଳା ସଂରକ୍ଷଣ ବିଲକୁ ତୁରନ୍ତ ଗୃହୀତ କରିବା ପାଇଁ ଚାପ ପକାଇବ 

- ରୋଷେଇ ଗ୍ୟାସ ଓ ଅନ୍ୟାନ୍ୟ ଦରବୃଦ୍ଧି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରିବ ବିଜେଡି