କନକ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସମୟ ପୂର୍ବରୁ ଶେଷ ହୋଇଛି । ଲୋକସଭା ଏବଂ ରାଜ୍ୟସଭାକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଲୋକସଭାରେ ଚଳିତ ଅଧିବେଶନରେ ୧୩ଟି ବୈଠକ ଅନୁଷ୍ଠିତ ହୋଇଛି । ପୂରା ଅଧିବେଶନ ୬୮ ଘଣ୍ଟା ୪୨ ମିନିଟ ଚାଲିଥିଲା । ସେହିଭଳି ୯ଟି ସରକାରୀ ବିଧେୟକ ଉପସ୍ଥାପନ କରାଯାଇଥିବା ବେଳେ ୭ ଟି ବିଧେୟକ ପାରିତ ହୋଇଥିଲା । ସାଂସଦମାନେ ୩୭୪ଟି ପ୍ରସଙ୍ଗ ଉଠାଇଥିବା ବେଳେ ଡିସେମ୍ବର ୨୦ ଏବଂ ୨୧ରେ ସଦନରେ ଦେଶରେ ମାଦକ ଦ୍ରବ୍ୟର ବଢୁଥିବା ଉପଯୋଗ ନେଇ ନିୟମ ୧୯୩ରେ ଚର୍ଚ୍ଚା ହୋଇଥିଲା । ଏଥିରେ ୫୧ ସଦସ୍ୟ ଭାଗ ନେଇ ସେମାନଙ୍କ ମତାମତ ରଖିଥିଲେ । ଶେଷରେ କେନ୍ଦ୍ର ଗୃହମନ୍ତ୍ରୀ ଏନେଇ ଉତ୍ତର ରଖିଥିଲେ ।
ଶେଷ ହେଲା ସଂସଦର ଶୀତ ଅଧିବେଶନ। ଅନିଶ୍ଚିତ କାଳ ଯାଏ ଲୋକସଭା-ରାଜ୍ୟସଭା ସ୍ଥଗିତ।
/kanak/media/post_attachments/wp-content/uploads/2022/12/parlament.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)