ଆଜିଠାରୁ ପାର୍ଲାମେଂଟରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ : ଦରବୃଦ୍ଧି ଓ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

Advertisment
ଆଜିଠାରୁ ପାର୍ଲାମେଂଟରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ : ଦରବୃଦ୍ଧି ଓ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

କନକ ବ୍ୟୁରୋ : ଆଜିଠୁ ସଂସଦରେ ବସିବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ବସିବ । କରୋନା କଟକଣା ମଧ୍ୟରେ ଚାଲିବାକ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । କରୋନା କଟକଣା ପାଇଁ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜ୍ୟସଭା ଓ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକସଭା କାର୍ଯ୍ୟ ଚାଲିବ ବୋଲି ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ।

ସେହିପରି ସାଂସଦମାନଙ୍କୁ ଟିକାକରଣ ନିମନ୍ତେ ସଂସଦ ପରିସରରେ ଏକ ଟିକାଦାନ କେନ୍ଦ୍ର ରହିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହିତ ଜାନୁଆରୀ ୨୯ରେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ବଜେଟ ଉପସ୍ଥାପନ କରିଥିଲେ । ଦୁଇ ଭାଗ କରାଯାଇଥିବା କରାଯାଇଥିବା ସଂସଦର ଏହି ବଜେଟ୍ ଅଧିବେଶନ ପ୍ରଥମ ଭାଗ ୯୯ ଦଶମିକ ୫ ପ୍ରତିଶତ ଫଳପ୍ରଦ ହୋଇଥିବା କଥା ବାଚସ୍ପତି ବିର୍ଲା ସୂଚନା ଦେଇଛନ୍ତି । ୫୦ ଘଂଟା ଧାର୍ଯ୍ୟ କରାଯାଇଥିବା ୨୦୨୧ ବଜେଟ୍ ଅଧିବେଶନରେ ଲୋକସଭା ୪୯ ଘଂଟା ୧୭ ମିନିଟ୍ ଚାଲିଥିଲା ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe