କନକ ବ୍ୟୁରୋ : ଆଜିଠୁ ସଂସଦରେ ବସିବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ବସିବ । କରୋନା କଟକଣା ମଧ୍ୟରେ ଚାଲିବାକ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । କରୋନା କଟକଣା ପାଇଁ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜ୍ୟସଭା ଓ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକସଭା କାର୍ଯ୍ୟ ଚାଲିବ ବୋଲି ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ।
ସେହିପରି ସାଂସଦମାନଙ୍କୁ ଟିକାକରଣ ନିମନ୍ତେ ସଂସଦ ପରିସରରେ ଏକ ଟିକାଦାନ କେନ୍ଦ୍ର ରହିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହିତ ଜାନୁଆରୀ ୨୯ରେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ବଜେଟ ଉପସ୍ଥାପନ କରିଥିଲେ । ଦୁଇ ଭାଗ କରାଯାଇଥିବା କରାଯାଇଥିବା ସଂସଦର ଏହି ବଜେଟ୍ ଅଧିବେଶନ ପ୍ରଥମ ଭାଗ ୯୯ ଦଶମିକ ୫ ପ୍ରତିଶତ ଫଳପ୍ରଦ ହୋଇଥିବା କଥା ବାଚସ୍ପତି ବିର୍ଲା ସୂଚନା ଦେଇଛନ୍ତି । ୫୦ ଘଂଟା ଧାର୍ଯ୍ୟ କରାଯାଇଥିବା ୨୦୨୧ ବଜେଟ୍ ଅଧିବେଶନରେ ଲୋକସଭା ୪୯ ଘଂଟା ୧୭ ମିନିଟ୍ ଚାଲିଥିଲା ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/bloombergquint_2018-07_ed213dc8-3b38-4359-b8c4-c78d399fdcf1_10aecbd2_0ae6_484b_8a5c_4e0e1efc2d8e.jpg)