ଲୋକସଭାରେ ହୋ ହାଲ୍ଲାକୁ ନେଇ ବାଚସ୍ପତିଙ୍କ ବଡ କାର୍ଯ୍ୟାନୁଷ୍ଠାନ । ୫ ବିରୋଧୀ ସାଂସଦଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବନ

ଲୋକସଭାରେ ହୋ ହାଲ୍ଲାକୁ ନେଇ ବାଚସ୍ପତିଙ୍କ ବଡ କାର୍ଯ୍ୟାନୁଷ୍ଠାନ । ୫ ବିରୋଧୀ ସାଂସଦଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବନ

କନକ ବ୍ୟୁରୋ : ରାଜ୍ୟସଭାରୁ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ ନିଲମ୍ବିତ ହେବା ପରେ ଏବେ ଲୋକସଭାରୁ ୫ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଲୋକସଭାରେ ହୋ ହାଲ୍ଲା କରିବା ଅଭିଯୋଗରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ହୋଇଥିବା ୫ କଂଗ୍ରେସ ସାଂସଦଙ୍କ ମଧ୍ୟରେ ରହିଛନ୍ତି ଟିଏନ ପ୍ରତାପନ, ହିବି ଏଡେନ, ଏସ୍ ଜୋଥିମଣୀ, ରାମାୟା ହରିଦାସ ଓ ଡିନ୍ କୋରିଆକୋସେ । ସେମାନଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି ।

ଗତକାଲି ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ଉପରେ ଆଲୋଚନା କରିବାକୁ କଂଗ୍ରେସ ଓ ବିରୋଧୀ ସାଂସଦମାନେ ଦାବି କରୁଥିଲେ । ଏନେଇ କିଛି ସାଂସଦ ସଂସଦ ଭିତରେ ହୋ ହାଲ୍ଲା କରିବା ସହ ପ୍ରକୃତ ଦୋଷୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାକୁ ସଂସଦୀୟ କାର୍ଯ୍ୟ ପ୍ରଣାଳୀରେ ଅବୈଦ୍ଧ ଆଚରଣ ଭାବେ ଗଣନା କରାଯାଇ ସେମାନଙ୍କୁ ନିଲମ୍ବନ କରାଯାଇଛି । ଏନେଇ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe