କନକ ବ୍ୟୁରୋ : ବୁଧବାର ସଂସଦରେ ଅଜ୍ଞାତମାନେ ପଶି ଯେଉଁ ଘଟଣା ଘଟାଇଥିଲେ ତାର ପ୍ରଭାବ ଗୁରୁବାର ଗୃହରେ ଦେଖିବାକୁ ମିଳିଛି । ବିରୋଧୀଙ୍କ ହଟଗୋଳରୁ ହିଁଁ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟସଭା ସଭାପତି ଜଗଦୀପ ଧନଖଡ଼ ବିରୋଧୀଙ୍କୁ ଶାନ୍ତ ରହି ସୁରୁଖୁରରେ ଗୃହକାର୍ଯ୍ୟ କରିବାକୁ ବାରମ୍ବାର କହିଥିଲେ ବି ଏହାକୁ ସେମାନେ ଅଣଦେଖା କରିଥିଲେ । ତେବେ ସାଂସଦଙ୍କ ଏଭଳି ଆଚରଣକୁ ଗ୍ରହଣ କରିପାରିନଥିଲେ ସଭାପତି ଓ ଟିଏମସି ସାଂସଦ ଡେରେକେ ଓବ୍ରେୟନଙ୍କୁ ନିଲମ୍ବିତ କରିବା ସହ ତୁରନ୍ତ ସଂସଦ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

Advertisment

ସଂସଦ ସୁରକ୍ଷାରେ ଦେଖାଯାଇଥିବା ସାଂଘାତିକ ତ୍ରୁଟିକୁ ନେଇ ରାଜନୀତି ଜୋରଦାର ହେବାରେ ଲାଗିଛି । ରାଜ୍ୟସଭା ପରି ଲୋକସଭାରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ଗୃହକାର୍ଯ୍ୟରେ ବାଧା ଦେବା ପରେ ପ୍ରତିରକ୍ଷାମନ୍ତ୍ରୀ ଏନେଇ ଜବାବ ରଖିଥିଲେ । ସୁରକ୍ଷା ତ୍ରୁଟିକୁ କଡ଼ା ନିନ୍ଦା କରିଛନ୍ତି ରାଜନାଥ । ଘଟଣାର ତଦନ୍ତ ଚାଲିଛି ତେଣୁ ଅଯଥାରେ ହଟଗୋଳ କରି ଗୃହକାର୍ଯ୍ୟରେ ବାଧା ନଦେବାକୁ ବିରୋଧୀଙ୍କୁ ଅପିଲ କରିଥିଲେ । ସେପଟେ ଲୋକସଭା ବାଚସ୍ପତି ମଧ୍ୟ ଘଟଣା ଉପରେ ଚିନ୍ତା ପ୍ରକାଶ କରିବା ସହ ପାସ ଦେବା ସମୟରେ ସର୍ତକତା ଅବଲମ୍ବନ ପାଇଁ ସାଂସଦଙ୍କୁ କହିଛନ୍ତି ।

ଅନ୍ୟପଟେ ସୋସିଆଲ ମିଡିଆରେ ମଧ୍ୟ ବିଜେପି କଂଗ୍ରେସ ମୁହାଁମୁହିଁ ହେଲେଣି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଅଭିଯୁକ୍ତଙ୍କ କିଛି ପୋଷ୍ଟକୁ ରିପୋଷ୍ଟ କରି ଅଭିଯୁକ୍ତ ନିଲମଙ୍କୁ ଜଣେ ସକ୍ରିୟ କଂଗ୍ରେସକର୍ମୀ ଓ ବିଜେପି ବିରୋଧୀ କହି ଟାର୍ଗେଟ କରିଛନ୍ତି । ସେପଟେ କଂଗ୍ରେସ ନେତା ଜୟରାମ ରମେଶ ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ପାସ ଅଭିଯୁକ୍ତଙ୍କ ନିକଟରୁ ମିଳିବା ଘଟଣା ଉଠାଇ ବିଜେପିକୁ ପ୍ରଶ୍ନ ପଚାରିଛନ୍ତି । ସେପଟ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୁରକ୍ଷା ସହ ଜଡ଼ିତ ୮ଜଣଙ୍କୁ ନିଲମ୍ବିତ କରଯାଇଛି । ଲୋକସଭା ସେକ୍ରେଟାରିଏଟ ପକ୍ଷରୁ ଏମାନଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ସଂସଦର ସୁରକ୍ଷାରେ ନିୟମ ପରିବର୍ତନ କରାଯାଇଛି । ପାସ୍ ପ୍ରଦାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।

ସଂସଦ ସୁରକ୍ଷାତ୍ରୁଟିକୁ ନେଇ ବିରୋଧୀ କେବଳ ଗୃହରେ ନୁହେଁ ଗୃହ ବାହାରେ ମଧ୍ୟ ବିରୋଧ ଜାରି ରଖିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଘଟଣା ବାବଦରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି । ସଂସଦ ସୁରକ୍ଷା ତ୍ରୁଟିକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବସିିଥିଲା ବିରୋଧୀଙ୍କ ବୈଠକ । ସେପଟେ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରୁଛି କଂଗ୍ରେସ   । ଗୃହମନ୍ତ୍ରୀ ଓ ସାଂସଦ ପ୍ରତାପ ସିହ୍ନାଙ୍କ ଇସ୍ତଫା ଦାବି କଲେଣି ବିରୋଧୀ ।

ସେପଟେ ସଂସଦର ସୁରକ୍ଷା ତ୍ରୁଟି ନେଇ ବିରୋଧୀ ଗୁରୁବାର ଉଭୟ ରାଜ୍ୟ ଓ ଲୋକସଭାରେ ଜୋରଦାର ହଟଗୋଳ କରିଥିଲେ । ଗୃହକାର୍ଯ୍ୟରେ ବାଧା ସୃଷ୍ଟି ପରେ ୧୪ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭାରୁ ୧୪ଜଣ ସାଂସଦଙ୍କୁ ଅବଶିଷ୍ଟ ଅଧିବେଶନ ପାଇଁ ନିଲମ୍ବିତ କରିଛନ୍ତି ବାଚସ୍ପତି । କଂଗ୍ରେସର ହିିବି ଇଡେନ, ଜ୍ୟୋତିମଣି, ରମ୍ୟା ହରିଦାସ, ଡିନ କୁରିଆକୋସେ, ବେନି ହନନ, ଭିବେ ଶ୍ରୀକନ୍ଦନ, ମାଣିକମ ଟାଗୋର. ମହମ୍ମଦ ଜାବେଦଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ସିପିଆଇଏମର ଏସ ଭେଙ୍କେଟେଶନ, ପିଆର ନଟରାଜନ, ଡିଏମକେର କାନିମୋଝି, କେ ସୁବ୍ରଣମଣ୍ୟମ. ଏସଆର ପାର୍ଟିବନ,