କନକ ବ୍ୟୁରୋ : ସଂସଦର ସୁରକ୍ଷାରେ ହୋଇଥିବା ଅବହେଳା ନେଇ ପୁଣିଏକ ବଡ ଗୁମର ଖୋଲିଛି । ସଂସଦର ସୁରକ୍ଷାକୁ ଚକମା ଦେଇ ଲୋକସଭା ଭିତରେ ପହଂଚିଥିବା ସାଗର ଶର୍ମାର ଡାଏରୀ ସାମ୍ନାକୁ ଆସିଛି । ଏହି ଡାଏରୀରେ ସାଗର ଅନେକ ଗୁଡିଏ ଚମକାଇଦେବା ଭଳି କଥା ଲେଖିଛି । ଏହି ଡାଏରୀ ଲକ୍ଷ୍ନୌ ସ୍ଥିତ ସାଗରର ଘରୁ ମିଳିଛି । ଏବେ ଗୁଇନ୍ଦା ସଂସ୍ଥା ଡଏରୀରେ ଲେଖାଯାଇଥିବା କଥାକୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି ।

Advertisment

ପ୍ରାପ୍ତ ସୂଚନା ମୁତାବକ ସାଗର ଶର୍ମାଙ୍କ ଘରୁ ମିଳିଥିବା ଡାଏରୀରେ ଅନେକ ବିଦ୍ରୋହର କଥା ଲେଖାଯାଇଛି । କହିରଖୁ କି, ସାଗର ଶର୍ମା ଲକ୍ଷ୍ନୌରେ ରହନ୍ତି ଓ ଏକ ଇ-ରିକ୍ସା ଚଳାଇ ଗୁଜରାଣ ମେଣ୍ଟାନ୍ତି । ସାଗର ସେହି ଲୋକମାନଙ୍କ ସହ ସାମିଲ ଥିଲା ଯେଉଁମାନେ ସଂସଦର କଡା ସୁରକ୍ଷାକୁ ଭେଦ କରି ଲୋକସଭା ଭବନରେ ପହଂଚି ଯାଇଥିଲେ ।

ସାଗର ଶର୍ମା ତାଙ୍କ ଡାଏରୀରେ ଲେଖିଛନ୍ତି ଘରୁ ବିଦାୟ ନେବାର ସମୟ ଉପନୀତ ହୋଇଛି । କିଛି ବି କରି ବାହାରିଯିବାକୁ କିଏ ପ୍ରେରଣା ଦେଉଛି । ହଁ ଏମିତି ହୋଇଥାନ୍ତା କି, ମୁଁ ମୋ ବାପା ଓ ମାଙ୍କୁ ବୁଝିପାରିଥାନ୍ତି । ଆଗକୁ ଲେଖିଛନ୍ତି ଦୁନିଆର ସେ ହେଉଛି ଶକ୍ତିଶାଳୀ ଯେ, ସୁଖକୁ ତ୍ୟାଗ କରିବାର କ୍ଷମତା ରଖିଛି । ମୋ ପାଇଁ ସଂଘର୍ଷର ରାସ୍ତା ଚୟନ କରିବା ଏତେଟା ସହଜ ନଥିଲା ବୋଲି ସେ ଲେଖିଛନ୍ତି ।

କେବଳ ସେତିକି ନୁହେଁ, ଆଗକୁ ସେ ଲେଖିଛନ୍ତି ୫ ବର୍ଷ ଧରି ଆଶା ରଖିଛି, ଅପେକ୍ଷା କରିଛି ସେହିଦିନ ଆସିବ ଯେଉଁଦିନ ମୁଁ ମୋର କର୍ତ୍ତବ୍ୟକୁ ଖୋଜିପାଇବି । ଦୁନିଆର ଶକ୍ତିଶାଳୀ ଲୋକ ସିଏ ନୁହେଁ ଯିଏ ଯେ ଅନ୍ୟର ଅଧିକାରକୁ ଛଡାଇନେବା ଶିଖିଛି, ବାସ୍ତବରେ ଶକ୍ତିଶାଳୀ ଲୋକ ସିଏ ଯେ ସୁଖ ତ୍ୟାଗ କରିବାର କ୍ଷମତା ରଖିଛି ।