କନକ ବ୍ୟୁରୋ : ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ଗଡବଡକୁ ନେଇ ଦିଲ୍ଲୀ ପୋଲିସ ଯାଂଚ କରୁଛି । ଏହି ଯାଂଚ ବେଳେ ଗୁରୁଗ୍ରାମ କନେକସନ ଥିବା ସନ୍ଦେହ କରାଯାଉଛି । ଦିଲ୍ଲୀ ପୋଲିସ ଗୁରୁଗ୍ରାମ ସ୍ଥିତ ସେକ୍ଟର ୭ରେ ଥିବା ଏକ ଘର ଉପରେ ଚଢାଉ କରିଛି । ଦିଲ୍ଲୀ ପୋଲିସ କହିଛି କି, ଏହିଠାରେ ଷଡଯନ୍ତ୍ର ରଚାଯାଇଥିଲା । ଅଭିଯୁକ୍ତମାନେ ଗୋଟିଏ ଦିନ ପୂର୍ବରୁ ଏଠାରେ ପହଂଚିଥିଲା । ଏହି ଘରର ମାଲିକ ଭିକ୍କିର ପୂର୍ବରୁ ଅପରାଧିକ ମାମଲା ରହିଛି । ପୋଲିସ ତାକୁ ହେପାଜତକୁ ନେଇଛି ।
ଦିଲ୍ଲୀ ପୋଲିସ ସହ ଗୁରୁଗାମ ପୋଲିସ କ୍ରାଇମବ୍ରାଞ୍ଚ ଏହି ମାମଲାରେ ଯାଂଚ କରୁଛି । ବିକ୍କି ଶର୍ମା ପେଶାରେ ଜଣେ ଅଟୋ ଚାଳକ । କୁହାଯାଉଛି କି, ସେ ୯୦ ଦଶକରେ ଫୌଜୀ ଗ୍ୟାଙ୍ଗର ସଦସ୍ୟ ଥିଲେ । ସେପଟେ ପଡୋସୀମାନେ ବିକ୍କି ବିରୋଧରେ ମଧ୍ୟ ସଂଗୀନ ଅଭିଯୋଗ ଆଣିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/Untitled-1-10.jpg)