କନକ ବ୍ୟୁରୋ : ଲତା ମଙ୍ଗେସରଙ୍କ ପରିବାରକୁ ବି ଛାଡିନଥିଲା କଂଗ୍ରେସ । ରାଜ୍ୟସଭାରେ ସମ୍ବୋଧନ ବେଳେ ଏପରି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଥିଲେ ଦେଶ ଜାଣିବା ଦରକାର କଂଗ୍ରେସ ଲତାଙ୍କ ପରିବାର ପ୍ରତି କିପରି ବ୍ୟବହାର କରିଛି । ଲତା ମଙ୍ଗେସକରଙ୍କ ପରିବାର ଗୋଆରେ ରହୁଥିଲେ । ତାଙ୍କ ସାନ ଭାଇ ହୃଦୟନାଥ ମଙ୍ଗେସକରଙ୍କୁ ଅଲ୍ ଇଣ୍ଡିଆ ରେଡିଓ ଚାକିରିରୁ ବାହାର କରିଦିଆଯାଇଥିଲା । ୮ ଦିନରେ ଆକାଶବାଣୀ ଚାକିରିରୁ ବାହାର କରିଦିଆଯାଇଥିଲା । ତାଙ୍କର ଦୋଷ ହେଲା ଯେ ସେ ବୀର ସାବରଙ୍କ ଲିଖିତ ଏକ ଦେଶାତ୍ମବୋଧକ କବିତା ଆଦୃତ କରିଥିଲେ ।

Advertisment

ମୋଦୀ କହିଥିଲେ, ଯେଉଁମାନେ ବ୍ୟକ୍ତି ସ୍ବାଧୀନତା ଉପରେ ଭାଷଣ ଦେଉଛନ୍ତି, ମୁଁ ସେମାନଙ୍କ ଇତିହାସ ଖୋଲିଦେବାକୁ ଚାହେଁ । ଲତା ମଙ୍ଗେସକରଙ୍କ ପରିବାର ଗୋଆରେ ରହୁଥିଲେ । ଦେଶ ଜାଣିବା ଦରକାର ଯେ କଂଗ୍ରେସ ସେମାନଙ୍କ ପରିବାର ପ୍ରତି କିପରି ବ୍ୟବହାର କରିଛି । ତାଙ୍କ ସାନଭାଇ ହୃଦୟନାଥ ମଙ୍ଗେସକରଙ୍କୁ ଅଲ୍‌ ଇଣ୍ଡିଆ ରେଡିଓ ଚାକିରିରୁ ବାହାର କରିଦିଆଗଲା । ତାଙ୍କର ଦୋଷ ହେଲା ସେ ବୀର ସାବରକରଙ୍କ ଦ୍ବାରା ଲିଖିତ ଏକ ଦେଶତ୍ମବୋଧକ କବିତା ଆବୃତ୍ତି କରିଥିଲେ ।

ଏହା ତୁମର ବାକ୍ ସ୍ବାଧୀନତା ? କଂଗ୍ରେସ ସରକାର ଅମଳରେ ଅନେକ ଅନ୍ୟାୟ ହୋଇଛି- କେବଳ ହୃଦୟନାଥଙ୍କ ପ୍ରତି ନୁହେଁ, ତାଲିକା କଲେ ବହୁତ ଲମ୍ବା ହେବ । ନେହେରୁଙ୍କୁ ସମାଲୋଚନା କରିବାରୁ ମଜରୁହ ସୁଲତାନପୁରୀ ଓ ପ୍ରଫେସର ଧରମପାଲଙ୍କୁ ଜେଲରେ ପୂରାଇ ଦିଆଯାଇଥିଲା। ଜରୁରୀ ପରିସ୍ଥିତି ସମୟରେ କିଶୋର କୁମାର ଇନ୍ଦିରା ଗାନ୍ଧିଙ୍କ ଆଗରେ ମୁଣ୍ଡ ନୁଆଁଇ ନ ଥିଲେ । ତେଣୁ ତାଙ୍କୁ ରେଡିଓରେ ଗାଇବାକୁ ବାରଣ କରାଯାଇଥିଲା । ଗୋଟିଏ ପରିବାର କଥାରେ ଅସହମତ ହେଲେ କିପରି ବାକ୍ ସ୍ବାଧୀନତା ଖର୍ବ କରାଯାଏ ଆମେ ଜାଣିଛୁ । ବୋଲି ମୋଦୀ କହିଥିଲେ ।