କୁଷ୍ଠ ରୋଗ ଆଧାରରେ ଛାଡପତ୍ର ଦେଇପାରିବେ ନାହିଁ । ବୁଧବାର ଦିନ ସଂସଦ ହିନ୍ଦୁ ବିବାହ ଅଧିନିୟମ ସହିତ ପାଂଚ ବ୍ୟକ୍ତିଗତ ଆଇନ ଅଧିନରେ କୁଷ୍ଠ ରୋଗ ଆଧାରରେ ଛାଡପତ୍ର ନିୟମ ନମାନିବାକୁ ବିଧେୟକ ପାରିତ ହୋଇଛି । ବଜେଟ୍ ଅଧିବେଶନର ଅନ୍ତିମ ଦିନରେ ରାଜ୍ୟସଭା ଏହି ମାମଲା ଉପରେ ସର୍ବସମ୍ମତି ପରେ ଏହି ବିଧେୟକକୁ ପାରିତ କରିଛି ।
କଂଜ୍ୟୁମର ପ୍ରୋଟେକ୍ସନ୍ ବିଲ୍ ଉପରେ ସହମତି ହୋଇଛି ଯାହାକୁ ସରକାର ବୁଧବାର ଦିନ ଆଗକୁ ବଢ଼ାଇବାର ଦାବି କରାଯାଉଛି । ଉଚ୍ଚ ସଦନରେ ପ୍ରଥମ ଥର ଧ୍ୱନି ମତରେ ବିଧେୟକ ୨୦୧୮ରେ ସଂଶୋଧନ ଆଣିଛି ଓ ପୁଣି ସଭାପତି ଏମ ଭେଙ୍କେୟା ନାଇଡୁ ଉପଭୋକ୍ତା ସଂରକ୍ଷଣ ବିଧେୟକକୁ ପାରିତ କରିଛନ୍ତିି । କିନ୍ତୁ ଟିଏମସି ଓ ବାମପନ୍ଥୀ ଦଳଗୁଡିକର ବିରୋଧ ପ୍ରଦର୍ଶନ କାରଣରୁ କାର୍ଯ୍ୟବାହୀ ୧୦ ମିନିଟ ପାଇଁ ସ୍ଥଗିତ କରିଦିଆଯାଇଛି ।
ବ୍ୟକ୍ତିଗତ ଆଇନ ବିଲ ୨୦୧୮ରେ ପାଂଚଟି ବ୍ୟକ୍ତିଗତ ଆଇନ ଅଧିନରେ କୁଷ୍ଠ ରୋଗକୁ ବିବାହ ବିଚ୍ଛେଦର ଆଧାର ନମାନିବାକୁ କୁହାଯାଇଛି । ସେଇ ପାଂଚଟି ଆଇନ୍ ହେଲା- ହିନ୍ଦୁ ବିବାହ ଅଧିନିୟମ, ମୁସଲିମ୍ ବିବାହ ଅଧିନିୟମର ବିଘଟନ , ଛାଡପତ୍ର ଅଧିନିୟମ, ବିଶେଷ ବିବାହ ଅଧିନିୟମ ଏବଂ ହିନ୍ଦୁ ପୋଷ୍ୟ ଗ୍ରହଣ ଏବଂ ପରିଚାଳନା ଅଧିନିୟମ । ଏହାଛଡା ଭାରତ ଜାତିସଂଘର ସେହି ଘୋଷଣାପତ୍ରରେ ମଧ୍ୟ ଦସ୍ତଖତ କରିଛି ଯେଉଁଥିରେ କୁଷ୍ଠରୋଗରେ ପ୍ରଭାବିତ ଲୋକଙ୍କ ପ୍ରତି ହେଉଥିବା ଭେଦଭାବକୁ ନଷ୍ଟ କରିବାକୁ ଆହ୍ୱାନ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/leprosy-law_d.jpg)
/kanak/media/post_attachments/wp-content/uploads/2019/02/fingers-300x150.jpg)
/kanak/media/post_attachments/wp-content/uploads/2019/02/lok-sabhaparliamentsession-770x433-300x169.jpg)