କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଲଗାତର ଉଦ୍ୟମ ପରେ ମଧ୍ୟ ଚଳିତ ଥର ସଂସଦର ଶୀତ ଅଧିବେଶନ ନୂଆ ସଂସଦ ଭବନରେ ହେବାର ସମ୍ଭାବନା ନାହିଁ । ଲଗାତର ୨୪ ଘଣ୍ଟା କାମ ଜାରିରହିବା ପରେ ସଂସଦର ନିର୍ମାଣ କାମରେ ବିଳମ୍ବ ହୋଇଛି । ସୂଚନା ଅନୁସାରେ ନୂଆ ସଂସଦ ଭବନର ୱାଏରିଂ ଏବଂ ଦୃଶ୍ୟଶ୍ରାବ୍ୟ ସମ୍ବନ୍ଧୀୟ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ । ନୂଆ ସଂସଦ ଭବନରେ ଦୃଶ୍ୟଶ୍ରାବ୍ୟର ଅନେକ ଉପକରଣ ୟୁକ୍ରେନରୁ ଆସିବାର ଥିଲା । ଋଷ ଏବଂ ୟୁକ୍ରେନ ଯୁଦ୍ଧ କାରଣରୁ ଏହା ସମୟରେ ଆସିପାରିନାହିଁ ।
ନୂଆ ସଂସଦ ଭବନର କାର୍ଯ୍ୟର ଅନେକ ଅଂଶ ସମ୍ପୂର୍ଣ୍ଣ ହୋଇସାରିଛି । ତେବେ ଫ୍ଲୋରିଂ ଏବଂ ଇଣ୍ଟେରିଅର କାମ ଜାରିରହିଛି । ଇଣ୍ଟେରିଅର କାମ ଅଧୁରା ରହିଛି । ପ୍ରୋଜେକ୍ଟ ସହ ଜଡିତ ଲୋକଙ୍କ କହିବା କଥା ଯେଉଁ ଗତିରେ କାମ ଜାରିରହିଛି ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କାମ ଶେଷ ହୋଇଯିବା କଥା । ତେବେ ଇଣ୍ଟେରିଅର ଅନେକ ଜିନିଷ ଅଲଗା ଅଲଗା ସ୍ଥାନରେ ନିର୍ମାଣ ହେଉଥିବାରୁ ସେଠାରୁ ଆଣି ଏହି ସ୍ଥାନରେ ଲଗାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/Capture-2.jpg)