କନକ ବ୍ୟୁରୋ: ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ନୂଆ ସଂସଦ ଭବନରେ ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହେଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

Advertisment

ଟୁଇଟ୍ କରି ଯୋଶୀ ସୂଚନା ଦେଇଛନ୍ତି ଯେ, ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବ । ଯାହାକି ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେବେ ସମସ୍ତ ଦଳ ଏହି ଆଲୋଚନାରେ ଭାଗ ନେବା ସହିତ ମୌସୁମୀ ଅଧିବେଶନରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରନ୍ତୁ ବୋଲି ସେ କହିଛନ୍ତି । ତେବେ ସୂଚନାଯୋଗ୍ୟ ଯେ, ଜୁଲାଇ ୨୦ରୁ ଆରମ୍ଭ ହେଉଥିବା ଏହି ମୌସୁମୀ ଅଧିବେଶନରେ ମୋଟ ୨୩ ଧରି ଚାଲିବ ।