କନକ ବ୍ୟୁରୋ: ନିଟ୍ ପ୍ରସଙ୍ଗରେ ଆଜି କମ୍ପିପାରେ ସଂସଦ । ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍କୁ ନେଇ ସରକାର ଓ ବିରୋଧୀ ମୁହାଁମହିଁ ସ୍ଥିତିରେ ଅଛନ୍ତି । ଆଜି ସଂସଦର ଉଭୟ ଗୃହରେ ନିଟ୍ ପେପର ଲିକ୍ ବିବାଦ ସମେତ ମୁଦ୍ରାସ୍ଫୀତି, ଏବଂ ଅଗ୍ନିପଥ ଯୋଜନା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିତର୍କ ହୋଇପାରେ । ଏଥିପାଇଁ ବିରୋଧୀ ଦଳ ପ୍ରସ୍ତୁତ ଥିବା ବେଳେ ସରକାର ମଧ୍ୟ ମୁକାବିଲା ପାଇଁ ରଣନୀତି ତିଆରି କରିଛନ୍ତି ।
ଶୁକ୍ରବାର ଲୋକସଭା ଓ ରାଜ୍ୟସଭାରେ ବିରୋଧୀମାନେ ନିଟ୍ ଉପରେ ତୁରନ୍ତ ଆଲୋଚନା ପାଇଁ ଦାବି କରିଥିଲେ । ହେଲେ ସରକାର ଏହି ଦାବିକୁ ପ୍ରତ୍ୟାଖାନ କରିଥିଲେ । ଆଜି ଗୋଟିଏ ଦିନ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବିରୋଧୀ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/17.jpg)