• କାଶ୍ମୀର ନେଇ ମୋଦି ସରକାରଙ୍କ ବଡ ନିଷ୍ପତ୍ତି

Advertisment

• ପାର୍ଲାମେଂଟରେ ଧାରା ୩୭୦ ହଟାଇବାକୁ ପ୍ରସ୍ତାବ

• ରାଜ୍ୟର ପୁନଃଗଠନ ପାଇଁ ବି ସଂକଳ୍ପ

• ୩୭୦ ହଟାଇବା ଓ ପୁର୍ନଗଠନ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

• ରାଜ୍ୟ ମାନ୍ୟତା ହରାଇଲା ଜାମ୍ମୁ-କାଶ୍ମୀର

କନକ ବ୍ୟୁରୋ: ଗୃହରେ ଆଗତ ହୋଇଛି ବହୁ ପ୍ରତିକ୍ଷୀତ ବିଲ୍ ଜାମ୍ମୁ-କାଶ୍ମୀର ଆରକ୍ଷଣ ବିଲ୍ । ଯାହାକୁ ରାଜ୍ୟସଭାରେ ଉପସ୍ଥାପନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ତେବେ ଗୃହରେ ଏହି ବିଲକୁ ଆଗତ କରିବା ପରେ ବିରୋଧୀଙ୍କ ପକ୍ଷରୁ ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଜମ୍ମୁ-କଶ୍ମୀର ସମ୍ବନ୍ଧିତ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ ଲାଗି ରାଜ୍ୟ ସଭାରେ ପ୍ରସ୍ତାବ ଆଣିଲେ ମୋଦୀ ସରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅମିତ ଶାହ ଆଜି ରାଜ୍ୟସଭାରେ ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଉଚ୍ଛେଦ ଲାଗି ସମ୍ବିଧାନର ସଂଶୋଧନ ପ୍ରସ୍ତାବ ଆଣିଛନ୍ତି କେନ୍ଦ୍ର ସରକାର।

ସୋମବାର ପୂର୍ବାହ୍ନ ୯:୩୦ରେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଏହି ପ୍ରସ୍ତାବ କେନ୍ଦ୍ର ସରକାର ଆଣିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଅମିତ ଶାହ ନିଜ ଉପସ୍ଥାପନରେ କହିଛନ୍ତି କି  ଏହି  ସଂଶୋଧନ ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଧାରା ୩୭୦ ଅଧୀନରେ ଥିବା ସମସ୍ତ ବ୍ୟବସ୍ଥା  ଲାଗୁ ହୋଇ ପାରିବ ନାହିଁ।

ସଦସ୍ୟମାନଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୁଲାମ ନବୀ ଆଜାଦ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଲେ ଯେ କଶ୍ମୀର ପ୍ରସଙ୍ଗରେ ୪ଟି ବିଲ୍‌ ଆଲୋଚନା ପାଇଁ ଆଗତ କରିବେ।

ଆର୍ଟିକିଲ୍ ୩୫-ଏ ଏବଂ ଆର୍ଟିକିଲ୍ ୩୭୦ କଣ?

ଆର୍ଟିକିଲ ୩୫-ଏ

- ୧୯୫୪ରେ ସମ୍ବିଧାନରେ ଯୋଡା ଯାଇଥିଲା ୩୫-ଏ

- କାଶ୍ମୀରର ସ୍ଥାୟୀ ସଦସ୍ୟତା ପରିଭାଷା ନିର୍ଦ୍ଧାରଣ ପାଇଁ ବିଧାନସଭାକୁ ପୂର୍ଣ୍ଣ କ୍ଷମତା

- ସ୍ଥାୟୀ ସଦସ୍ୟ ଘାଟିରେ ସଂପତ୍ତି କ୍ରୟ ଓ ସରକାରୀ ଚାକିରି କରିପାରିବେ

- ଜାମ୍ମୁ-କାଶ୍ମୀରର ବ୍ୟକ୍ତି ରାଜ୍ୟ ବାହାରେ ବିବାହ କଲେ ସ୍ଥାୟୀ ସଦସ୍ୟତା ହରାଇବେ

ଆର୍ଟିକିଲ ୩୭୦

- ପ୍ରତିରକ୍ଷା, ବିଦେଶ ନୀତି ଓ ଦୂରସଂଚାର ବିଷୟରେ କାଶ୍ମୀର ପାଇଁ ନୀତି ପ୍ରଣୟନ

- ବିଶେଷ କାରଣରୁ କାଶ୍ମୀରରେ ଧାରା ୩୫୬ ଲାଗୁ ହେବନାହିଁ

- ରାଜ୍ୟର ସମ୍ବିଧାନକୁ ବରଖାସ୍ତ କରିବାକୁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମତା ନାହିଁ

- ଜାମ୍ମୁ-କାଶ୍ମୀରବାସୀଙ୍କ ନିକଟରେ ଦୁଇ ଦୁଇଟି ନାଗରିକତା ରହିଛି

- କାଶ୍ମୀରବାସୀଙ୍କୁ ଭାରତ ଓ ଜାମ୍ମୁ-କାଶ୍ମୀର ନାଗରିକତା

- ଜାମ୍ମୁ-କାଶ୍ମୀରରେ ଜାତୀୟ ପତାକା ଅଲଗା

- କାଶ୍ମୀର ବାସିନ୍ଦା ଭାରତୀୟ ଜାତୀୟ ପତାକାକୁ ସମ୍ମାନ ଜଣାଇବା ପାଇଁ ବାଧ୍ୟ ନୁହନ୍ତି