ନୂଆ ସଂସଦ ଭବନରେ ଆଭାସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ, ନିର୍ବାଚନକୁ ବାକି ଅଛି ବହୁତ ସମୟ

182

କନକ ବ୍ୟୁରୋ : ଆଗୁଆ ହେବନି ନିର୍ବାଚନ । ନୂଆ ସଂସଦ ଭବନରେ ଏଭଳି ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହିଳା ସଂରକ୍ଷଣକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ମୋଦୀ କହିଛନ୍ତି, ଏବେ ନିର୍ବାଚନକୁ ବହୁତ ସମୟ ବାକି ଅଛି ।

ସୂଚନା ଥାଉକି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ ନେଇ ସବୁ ରାଜନୈତିକ ଦଳମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଏହାସହ ସମୟ ପୂର୍ବରୁ ମୋଦୀ ସରକାର ସଂସଦ ଭଙ୍ଗ କରି ଶୀଘ୍ର ନିର୍ବାଚନ କରାଇପାରନ୍ତି ବୋଲି ମଧ୍ୟ ରାଜନୈତିକ ବିଶ୍ଳେଷକମାନେ ମତ ରଖୁଥିଲା । ହେଲେ ପ୍ରଧାମନ୍ତ୍ରୀ ମୋଦୀ ଆଜି ସଂସଦରେ ବୟାନ ଦେଇ ଶୀଘ୍ର ନିର୍ବାଚନକୁ ଖଣ୍ଡନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ଏବେ ରାଜନୈତିକଦଳମାନେ ସୁନିଶ୍ଚିତ ହୋଇଯାଇଛନ୍ତି କି ଠିକ୍ ସମୟରେ ନିର୍ବାଚନ ହେବ ।