କନକ ବ୍ୟୁରୋ : ସଂସଦ ସୁରକ୍ଷା ତ୍ରୁଟି ଘଟଣା ତଦନ୍ତ କରିବେ ସରକାର । ଗଠନ ହେବ ଉଚ୍ଚସ୍ତରୀୟ ତଦନ୍ତ କମିଟ ିା ଏନେଇ ଆଜି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । କମିଟି ଗଠନ ବାବଦରେ ସମସ୍ତ ସାଂସଦଙ୍କୁ ଚିଠିରେ ସୂଚନା ଦିଆଯାଇଛି । ଏଥିସହ ସରକାର ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସଂସଦ ସୁରକ୍ଷା ତ୍ରୁଟି ସହ ସାଂସମାନଙ୍କ ନିଲମ୍ବନ କାର୍ଯ୍ୟାନୁଷ୍ଠାନର କୌଣସି ସର୍ମ୍ପକ ନାହିଁ । ସାଂସଦମାନେ ଗୃହକାର୍ଯ୍ୟରେ ବାଧା ଦେବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି । ବାରମ୍ବାର ଏଭଳି ଘଟଣା ଯୋଗୁଁ ଦେଶର ବିକାଶରେ ବାଧା ଅ।ସୁଛି ।

Advertisment

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଦିଲ୍ଲୀ ସ୍ପେଶାଲ ପୁଲିସ ମାଷ୍ଟରମାଇଣ୍ଡର ଲଳିତ ଝାର ସର୍ମ୍ପକୀୟ ଭାଇ କୁହାଯାଉଥିବା ମହେଶକୁ ଶନିବାର ଗିରଫ କରିଛି । ସଂସଦ ଭିତରେ ଯେତେବେଳେ ମନୋରଞ୍ଜନ ଓ ସାଗର ଉପଦ୍ରବ ଚଳାଇଥିଲେ ସେହି ସମୟରେ ନୀଲମ ଓ ଅମୋଲ ବାହାରେ ହଙ୍ଗାମା କରୁଥିଲେ । ଆଉ ବାହାରେ ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରୁଥିଲା ଲଳିତ ଝା । ଘଟଣା ପରେ ପରେ ଲଳିତ ଅନ୍ୟ ୪ଜଣ ଅଭିଯୁକ୍ତଙ୍କ ଫୋନ୍ ନେଇ ସେଠାରୁ ଫେରାର ହୋଇଯାଇଥିଲା । ଆଉ ବସରେ ଯାଇ ରାଜସ୍ଥାନରେ ପହଂଚିଥିଲା । ରାଜସ୍ଥାନରେ ଅନ୍ୟ ଅଭିଯୁକ୍ତ ମହେଶ ପାଖକୁ ଯାଇଥିଲା । ଏବଂ ସେଠାରେ ସମସ୍ତ ଅଭିଯୁକ୍ତଙ୍କ ଫୋନକୁ ନଷ୍ଟ କରି ସବୁ ପ୍ରମାଣ ନଷ୍ଟ କରିଦେଇଥିଲା ।

ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ଆସିଛି ଚାଂଚଲ୍ୟକର ସୂଚନା । ଆତ୍ମାହୂତି ପାଇଁ ଯୋଜନା କରିଥିଲେ ଅଭିଯୁକ୍ତ । କେନ୍ଦ୍ର ସରକାରଙ୍କୁ ନିଜ ସମସ୍ୟା ଓ ଦାବି ଜଣାଇବାକୁ ଯାଇ ଅଭିଯୁକ୍ତମାନେ ଆତ୍ମହୂତି ଦେବାକୁ ଯୋଜନା କରିଥିିବା ସୂଚନା ମିଳିଛି । ଯଦି ଯୋଜନା ଫେଲ ମାରିଥାନ୍ତା ତେବେ ଆତ୍ମହୂତିକୁ ବିକଳ୍ପ ଭାବେ ବାଛିଥିଲେ ଅଭିଯୁକ୍ତ । ସେପଟେ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କୁ ଖୁବ ଶିଘ୍ର ହୋଇପାରେ ଜେରା । ସାଂସଦଙ୍କ ଭିଜିଟର ପାସ ନେଇ ସଂସଦରେ ଅନୁପ୍ରବେଶ କରିଥିଲେ ଅଭିଯୁକ୍ତ ।। ମହୀଶୁର ସାଂସଦ ସାଗର ଶର୍ମା ଓ ମନୋରଂଜନ ଡିକୁ ପାସ ଦେବା ଘଟଣା ସାମ୍ନାକୁ ଆସିବା ପରେ ଖୁବ ଶିଘ୍ର ପ୍ରତାପଙ୍କୁ ଜେରା କରଯାଇପାରେ । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ମାମଲା ତଦନ୍ତ କରୁଛି ।