କନକ ବ୍ୟୁରୋ :ପାରଲେ ଜି ତରଫରୁ କମ୍ପାନୀର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦେଖିବାକୁ ମିଳିଛି କିଛି ନୂଆ ଚିତ୍ର । ଏହି ଚିତ୍ର ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ କି ପାଲେଜି- ପ୍ୟାକେଟରେ ଥିବା କୁନି ଝିଅର ଚିତ୍ର କ’ଣ ବଦଳି ଯାଇଛି କି ? । ପାରଲେ ଇନଷ୍ଟାଗ୍ରାମରେ ଥିବା ପାଲେଜି ବିସ୍କୁଟ ପ୍ୟାକେଟର କେବଳ ଚିତ୍ର ବଦଳି ନାହିଁ ବରଂ ଏହାର ଲେଖା ମଧ୍ୟ ବଦଳି ଯାଇଛି । ଏହି ଇନଷ୍ଟାଗ୍ରାମ ପୋଷ୍ଟ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଜେରବାନ ଜେବଶାହ ତାଙ୍କର ଜଣେ ଭିଡିଓ ଫଲୋଅର୍ସଙ୍କୁ ପଚାରିଥିଲେ କି ଯଦି ତୁମେ କେବେ ପାର୍ଲେ ମାଲିକଙ୍କୁ ଭେଟିବ ତେବେ ତାଙ୍କ କ’ଣ ବୋଲି ସମ୍ବୋଧନ କରିବ ?

Advertisment

ଚାଲନ୍ତୁ ଜାଣିବା ପାର୍ଲେଜି ବିସ୍କୁଟ ତିଆରି କରିବାର କଳ୍ପନା କେଉଁଠାରୁ ଆସିଥିଲା ।  ଆଜିବି ଯେତେବେଳେ ବିସ୍କୁଟ କଥା ଆସେ, ସବୁଠାରୁ ପ୍ରଥମେ ଗୋଟିଏ ବିସ୍କୁଟର ନାମ ମୁହଁ ରେ ଆସେ ତାହାହେଲା ପାର୍ଲେ-ଜି । ଏବେ ବଜାରରେ ଅନେକ ଛୋଟ ବଡ କମ୍ପାନୀ ପ୍ରବେଶ କରିଛନ୍ତି କିନ୍ତୁ ପାର୍ଲେର ପ୍ରାଧାନ୍ୟ ଅକ୍ଷୁର୍ଣ୍ଣ ରହିଛି । ଗୋଟିଏ ସମୟରେ ପାଲେଜି ଦୁନିଆର ସବୁଠାରୁ ଅଧିକ ବିକ୍ରି ବିସ୍କୁଟ ନାମରେ ଜଣାସୁଣା ଥିଲା । ଏହି କମ୍ପାନୀର ଆରମ୍ଭ ଓ ବ୍ୟବସାୟକୁ ନେଇ ବହୁତ ସୁନ୍ଦର ଓ ମଜାଦାର କାହାଣୀ ମଧ୍ୟ ଅଛି ।

ଛୋଟ ପିଲା ହୁଅନ୍ତୁ କି ବୃଦ୍ଧ ବ୍ୟକ୍ତି ହୁଅନ୍ତୁ ବା ଯୁବକ ହୁଅନ୍ତୁ, ପ୍ରାୟ ସମସ୍ତେ ପାର୍ଲେଜି ବିସ୍କୁଟ ନାମ ଶୁଣିଥିବେ । ଏହି ନାମ ଏବଂ ଉତ୍ପାଦନ କେବଳ ଗୋଟିଏ ବିସ୍କୁଟ ବ୍ରାଣ୍ଡର ନାମ ନହେଁ ବରଂ ଏହା ଲୋକଙ୍କ ଭାବନା ସହିତ ଜଡିତ । ଯଦି ଏବେ ଆମେ ବୃଦ୍ଧ ଲୋକମାନଙ୍କ ଆଗରେ ପାର୍ଲେଜି ବିସ୍କୁଟ କଥା କହିବା ତାହାଲେ ସେମାନେ ତାଙ୍କର ପିଲାଦିନକୁ ଫେରିଯାଉଛନ୍ତି । ସମୟ ଆଗକୁ ବଢିବା ସହ ଏହି ବିସ୍କୁଟର ପ୍ୟାକେଜିଂ,ମୂଲ୍ୟ ବଦଳିଛି । କିନ୍ତୁ ଏହାର ସ୍ୱାଦ ସମାନ ରହିଛି । ଦ୍ୱିତୀୟ ବିଶ୍ୱ୍ୟୁଦ୍ଧ ସମୟରେ ଏହି ବିସ୍କୁଟ ଉଭୟ ଭରତୀୟ ଏବଂ ବ୍ରିଟିଶ ସେନା ମାନଙ୍କର ମନପସନ୍ଦ ବିସ୍କୁଟ ଥିଲା  ।

ବର୍ତ୍ତମାନ ଚାଲନ୍ତୁ ପାର୍ଲେ କେମିତି ଆରମ୍ଭ ହୋଇଥିଲା ସେହି ବିଷୟରେ ଆଲୋଚନା କରିବା । ପାର୍ଲେ ଉତ୍ପାଦଗୁଡିକ ହାଉସ୍ ଅଫ୍ ପାର୍ଲେ ଅଧୀନରେ ଆରମ୍ଭ ହୋଇଥିଲା । ୧୯୨୮ ମସିହାରେ ଏହି କମ୍ପାନୀ ମୋହନଲାଲ ଦିନଲଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ତାଙ୍କର ପାରିବାରିକ ବ୍ୟବସାୟ ରେଶମ ଥିଲା ଓ ସେତେବେଳେ ଭାରତ ସ୍ୱାଧୀନ ପାଇନଥିଲା । ସ୍ୱାଧୀନତା ପାଇଁ ସ୍ୱେଦେଶୀ ଆନ୍ଦୋଳନ ଚାଲିଥିଲା । ମୋହନଲାଲ ଦିନଲ ଏକ ପୁରୁଣା କାରଖାନାରେ ଏକ କନଫେରେନାରୀ ୟୁନିଟ୍ ସ୍ଥାପିତ କରିଥିଲେ ଏବଂ ଏଥିରେ ପ୍ରଥମ ନିର୍ମିତ ଉତ୍ପାଦ ହେଉଛି ରେଞ୍ଜ କ୍ୟାଣ୍ଡି ଥିଲା ପରେ ଏହାର ନାମ ପାର୍ଲେ କ୍ୟାଣ୍ଡି ରଖାଗଲା ।

ପାର୍ଲେ କ୍ୟାଣ୍ଡି ପ୍ରସିଦ୍ଧ ହେବାପରେ ମୋହନଲାଲ ଦିନଲଙ୍କ ମନରେ ବ୍ୟବସାୟ ବିସ୍ତାର ପାଇଁ ଯୋଜନା ଗଠନ ହେବାରେ ଲାଗିଲା । ହେଲେ ଏକ ନୂଆ ଉତ୍ପାଦ ଆଣିବାକୁ ତାଙ୍କୁ ୧୦ ବର୍ଷ ସମୟ ଲାଗିଗଲା ଏବଂ ପାର୍ଲେ ୧୯୩୮ ରେ ପ୍ରଥମେ ପାର୍ଲେ-ଗ୍ଲୋକୋ ନାମରେ ବିସ୍କୁଟ ଲଞ୍ଚ୍ କଲେ । ସ୍ୱାଧିନତା ପୂର୍ବରୁ ପାର୍ଲେଜି ବିସ୍କୁଟ ନାମ ଗ୍ଲୋକୋ ନାମରେ ଥିଲା ।

ସ୍ୱାଧୀନତା ପାରେ ଗ୍ଲୋକୋ ବିସ୍କୁଟର ଉପô୍ାଦନ ବନ୍ଦ କରିଦିଆଯାଇଥିଲା । କାରାଣ ଏହା କୁ ବନାଇବା ପାଇଁ ଗହମର ବ୍ୟବହାର କରାଯାଉଥିଲା ଏବଂ ସେହି ସମୟରେ ଦେଶରେ ଖାଦ୍ୟ ଅଭାବ ଦେଖା ଦେଉଥିଲା । ଯାହା ଫଳରେ ଏହାର ଉତ୍ପାଦନ ବନ୍ଦ କରିବା ପାଇଁ ପଡିଲା । ଖାଦ୍ୟ ଅଭାବରୁ କମ୍ପାନୀ ବନ୍ଦ ହେବା ପରେ, ପୁନର୍ବାର ବିସ୍କୁଟ ଉତ୍ପାଦନ ଆରମ୍ଭ କଲା ବେଳକୁ ବଜାରରେ ଅନେକ ଛୋଟ ବଡ ବିସ୍କୁଟ ଉତ୍ପାଦନ କରୁଥିବା କମ୍ପାନୀ ପ୍ରବେଶ କରିସାରିଥିଲେ । ବିଶେଷ କରି ବ୍ରିଟାନିଆ, ଯାହା ଗୁଲୁକୋଜ-ଡି ବିସ୍କୁଟ ମାଧ୍ୟମରେ ବଜାରରେ ଦ୍ରୁତ ଗତିରେ ଆଗେଇଚାଲିଥିଲେ    । ୮୦ ଦଶକରେ ଗ୍ଲୁକୋ ବିସ୍କୁଟର ନାମ ସାମାନ୍ୟ ପରିବର୍ତ୍ତନ କରି ବଜାରରେ ଲଂଚ କଲେ । ଏହି ବିସ୍କୁଟର ନୂତନ ନାମ ଥିଲା ପାର୍ଲେଜି ।

ପାର୍ଲେଜି ଦେଶର ସମସ୍ତ ଲୋକଙ୍କର ପ୍ରିୟ ହୋଇଗଲା ଏବଂ ଏହାର ବ୍ୟବସାୟ ମଧ୍ୟ ଦୃତ ଗତିରେ ବଢିବାରେ ଲାଗିଲା । ଏବଂ ୨୦୧୧ ରେ ହୋଇଥିବା ନିଲସେନ୍ ସର୍ଭେ ଅନୁଯାୟୀ ପାର୍ଲେଜି ଦୁନିଆରେ ସର୍ବୋତ୍ତମ ବିକ୍ରି ହୋଇଥିବା ବିସ୍କୁଟ ବ୍ରାଣ୍ଡ ଥିଲା । ଏବେ ପର୍ଯ୍ୟନ୍ତ ପାର୍ଲେଜିର ପ୍ରାଧାନ୍ୟ ବହୁତ ଅଧିକ ରହିଛି ।

ପାର୍ଲେର ଆରମ୍ଭ ମାତ୍ର ୧୨ ଜଣ ସଦସ୍ୟଙ୍କୁ ନେଇ ହୋଇଥିଲା । ବର୍ତ୍ତମାନ ଦେଶର ୩୦ ଲକ୍ଷରୁ ଅଧିକ ଖୁଚୁରା ଷ୍ଟୋରରେ ପାର୍ଲେଜି ବ୍ରଣ୍ଡ ପହଂଚିସାରିଛି । ଭାରତରେ ପ୍ରତି ସେକେଣ୍ଡରେ ୪୦୦୦ ରୁ ଅଧିକ ପାର୍ଲେଜି ବିସ୍କୁଟ ଖିଆଯାଏ । ଏହାର ଲୋକପ୍ରୟତା ସହିତ କମ୍ପାନୀ ବ୍ୟବସାୟରେ ମଧ୍ୟ ବୃଦ୍ଧି ପାଇଛି । ଲୋକପ୍ରିୟତା ସହ କମ୍ପାନୀର ବ୍ୟବସାୟ ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି । ମାତ୍ର ସ୍ୱଳ୍ପ ଟଙ୍କାରେ ସ୍ୱାଧୀନତା ପୂର୍ବରୁ ଆରମ୍ଭ ହୋଇଥିବା ଏହି କମ୍ପାନୀର ମୂଲ୍ୟ ଏବେ ୧୭ ହଜାର କୋଟି ଟଙ୍କାରେ ପହଂଚିସାରିଛି ।