ପାରଳା ରାଜପ୍ରାସାଦ ଭଳି ଦେଖାଯିବ ପାରଳାଖେମୁଣ୍ଡି ରେଳ ଷ୍ଟେସନ: ରେଳବାଇ ପକ୍ଷରୁ ଚାଲିଛି ସୌନ୍ଦର୍ଯ୍ୟକରଣ କାମ

Advertisment
ପାରଳା ରାଜପ୍ରାସାଦ ଭଳି ଦେଖାଯିବ ପାରଳାଖେମୁଣ୍ଡି ରେଳ ଷ୍ଟେସନ: ରେଳବାଇ ପକ୍ଷରୁ ଚାଲିଛି ସୌନ୍ଦର୍ଯ୍ୟକରଣ କାମ

କନକ ବ୍ୟୁରୋ: ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଚାଲିଛି ଉନ୍ନତିକରଣ କାମ । ଯାତ୍ରୀଙ୍କ ସୁବିଧା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରେଳବାଇ କର୍ତ୍ତୃପକ୍ଷ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ରେଳ ଷ୍ଟେସନକୁ ପାରଳା ରାଜପ୍ରାସାଦର ସୁଦୃଶ୍ୟ କରିବାକୁ ଉଦ୍ୟମ କରାଯାଉଛି । ପ୍ରଥମ ରେଳ ଚଳାଚଳ ସମୟରେ ବ୍ୟବହୃତ କୋଇଲା ରେଳ ଇଞ୍ଜିନର ଏକ ପ୍ରତିକୃତି ମଧ୍ୟ ସ୍ଥାପନ କରାଯାଇଛି । ଷ୍ଟେସନର ସୌନ୍ଦର୍ଯ୍ୟ ବୃଦ୍ଧି ଉଦେଶ୍ୟରେ ମୁଖ୍ୟ ଦ୍ବାର ସମ୍ମୁଖରେ ସ୍ଥାପନ କରାଯାଇଛି। ରେଇବାଇର ଏଭଳି ପଦକ୍ଷେପ ଯୋଗୁଁ ଇତିହାସ ପୁନଃଜୀବିତ ହୋଇପାରିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ନୂଆ ରୂପରେ ଯାତ୍ରୀଙ୍କୁ ସ୍ୱାଗତ କରିବ ପାରଳାଖେମୁଣ୍ଡି ଷ୍ଟେସନ। ଅମୃତ ଭାରତ ଯୋଜନାରେ ଷ୍ଟେସନର ଉନ୍ନତିକରଣ କାମ ଜାରି ରହିଛି। ପାରଳା ରାଜପ୍ରାସାଦର ଭଳି ରେଳ ଷ୍ଟେସନର ପରିପାଟି କରାଯାଉଛି। ରେଳ ଚଳାଚଳରେ ବ୍ୟବହୃତ କୋଇଲା ଇଞ୍ଜିନର ପ୍ରତିକୃତିକୁ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ରଖି ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଉଦ୍ୟମ କରାଯାଇଛି। ଏହି ପ୍ରତିକୃତି ଇଞ୍ଜିନ ନିର୍ମାଣ ପାଇଁ ପ୍ରାୟ ୩ମାସ ସମୟ ଲାଗିଥିବା ବେଳେ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ରେଳବାଇ ଅଧିକାରୀ କହିଛନ୍ତି।

୧୮୯୯ ମସିହାରେ ତତ୍କାଳୀନ ପାରଳା ମହାରାଜା ପାରଳାଖେମୁଣ୍ଡିରୁ ନୌପଡା ଯାଏଁ ନ୍ୟାରୋଗେଜ ରେଳପଥ ନିର୍ମାଣ କରିଥିଲେ। ପରବର୍ତ୍ତି ସମୟରେ ଏହାକୁ ଗୁଣପୁର ଯାଏଁ ସଂପ୍ରାସରଣ କରିଥିଲେ। ପ୍ରଥମେ କୋଇଲା ଇଞ୍ଜିନ ସାହାଯ୍ୟରେ ରେଳ ଚଳାଚଳ କରୁଥିଲା। ବହୁ ଦାବି ପରେ ପାରଳାଖେମୁଣ୍ଡରୁ ଗୁଣୁପୁର ରେଳପଥକୁ ସରକାର ବ୍ରଡଗେଜରେ ପରିଣତ କରିଥିଲେ। ଏବେ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉନ୍ନତିକରଣ କାର୍ୟ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଏହାଦ୍ବାରା ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଇତିହାସ ପୁନଃଜୀବିତ ହୋଇପାରିବ ବୋଲି ବୁଦ୍ଧିଜୀବୀ କହିଛନ୍ତି । ସମାନ ପ୍ରତିକୃତିର ଏକ ରେଳ ଇଞ୍ଜିନ ବିଖାଶପାଟଣା ଡିଆରଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe