ପୁରାତନ ଐତିହ୍ୟ ଏବଂ କୀର୍ତ୍ତିରାଜିରେ ଭରା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରର ଜନତା ଏବେ ଏକଜୁଟ୍ ହୋଇଛନ୍ତି ନିଜ ଐତିହ୍ୟକୁ ବଞ୍ଚାଇବା ପାଇଁ । ୧୫୦ ବର୍ଷ ତଳର ପୌରପାଳିକାର ପୁରାତନ କୋଠା ଭାଙ୍ଗି ରାସ୍ତା ସମ୍ପ୍ରସାରଣ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ପାରଳା ଜନତା ଏନେଇ ସରକାରଙ୍କ ଦ୍ୱାରସ୍ଥ ହୋଇଛନ୍ତିି । ରାସ୍ତା ସମ୍ପ୍ରସାରଣ କରିବା ଚକ୍କରରେ ପୁରାତନ ଐତିହ୍ୟକୁ ନ ଭାଙ୍ଗିବା ପାଇଁ ନେହୁରା ହୋଇଛନ୍ତି ପାରଳା ଜନତା । ରାସ୍ତା ସମ୍ପ୍ରସାରଣ ବଦଳରେ ଓଭରବ୍ରିଜ୍ କରିବା ପାଇଁ ପ୍ରତିବାଦ କରୁଛନ୍ତି ଲୋକେ ।
@CMO_Odisha@pcsarangi@AprajitaSarangi@Panda_Odia@dpradhanbjp 🙏This is the voice of a heritage town Paralakhemundi.We want development but don't wanna lose our heritage #The_2nd_munucipality_buildingof_odisha_going_to_be_demolish
Just do a fly over for extn of roads pic.twitter.com/gETZBQ1bbC— @Gajapati (ଗଜପତି) (@VAdkri) August 3, 2019
୧୫୦ ବର୍ଷରୁ ପାରଳାଖେମୁଣ୍ଡିର ଇତିହାସକୁ ବଖାଣୁଥିବା ଏହି କୋଠା ଓଡିଶାର କୀର୍ତ୍ତିରାଜିକୁ ଜୀବିତ କରି ରଖିଛି । କିନ୍ତୁ ପାରଳା ଜନତାଙ୍କ ବିନା ସହମତିରେ କାଉନସିଲର୍ ନିଜ ଇଚ୍ଛାରେ ଏହି କୋଠାକୁ ଭାଙ୍ଗୁଥିବା ଅଭିଯୋଗ ହୋଇଛି । ଏପରିସ୍ଥଳେ ପାରଳାଖେମୁଣ୍ଡିରୁ ଐତିହାସିକ ସ୍ପର୍ଶ ଲିଭାଇଦେବାକୁ ଚେଷ୍ଟା ହେଉଥିବା ଆଶଙ୍କା କରି ଲୋକମାନେ ଏନେଇ ପ୍ରତିବାଦ କରିଛନ୍ତି । କୋଠା ଭାଙ୍ଗିବା ବଦଳରେ ଏହାର ସ୍ଥାନରେ ଏକ ସଂଗ୍ରହାଳୟ କରିବାକୁ ପାରଳାଖେମୁଣ୍ଡିବାସୀ ଇଚ୍ଛା ପ୍ରକାଶ କରିଛନ୍ତି । ଅନେକ ଅଧିକାରୀ ଏବଂ ଚେୟାରମ୍ୟାନ୍ କୋଠାର ଅବସ୍ଥା ଦେଖିଥିବା ବେଳେ କେହି ଏହାକୁ ଭାଙ୍ଗିବା କଥା ଚିନ୍ତା କରିନାହାନ୍ତି କିନ୍ତୁ ବର୍ତ୍ତମାନ ରାସ୍ତା ସମ୍ପ୍ରସାରଣ ପାଇଁ କୋଠା ଭାଙ୍ଗିବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପାରଳାବାସୀ । ସେମାନଙ୍କ କହିବାନୁସାରେ , ପାରଳାଖେମୁଣ୍ଡିର ଉନ୍ନତି ପାଇଁ ଆମେ ଅହରହ ଚେଷ୍ଟା କରୁଛୁ କିନ୍ତୁ ଉନ୍ନତି ଆପଣାଇବାକୁ ଯାଇ ଐତିହ୍ୟର ଗଳା ଚିପିବା ଆଦୌ ଶୋଭନୀୟ ନୁହେଁ । ରାସ୍ତା ସମ୍ପ୍ରସାରଣ ବଦଳରେ ଓଭରବ୍ରିଜ୍ ହେବା ଏବଂ ଏଥିରେ କୌଣସି ପୁରାତନ ଐତିହ୍ୟ ,କୀର୍ତ୍ତିରାଜିର କ୍ଷତି ନହେବା ଭଳି ପ୍ରସଙ୍ଗ ନେଇ ପାରଳାବାସୀ ଏବେ ସରକାରଙ୍କୁ ନେହୁରା ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/Capture-5.jpg)