ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାକୁ ବିତିଲା ତିନି ସପ୍ତାହ : ଡିଏଫଓ, ରୋଷେୟାଙ୍କୁ କ୍ଲିନଚିଟ୍ ପରେ ବିଦ୍ୟାଭାରତୀଙ୍କ ଉପରେ ନଜର

Advertisment
ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାକୁ ବିତିଲା ତିନି ସପ୍ତାହ : ଡିଏଫଓ, ରୋଷେୟାଙ୍କୁ କ୍ଲିନଚିଟ୍ ପରେ ବିଦ୍ୟାଭାରତୀଙ୍କ ଉପରେ ନଜର

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାକୁ ବିତିଲାଣି ୩ ସପ୍ତାହ । ଗଜପତି ପୋଲିସ ଡିଏଫ୍ଓ ଏବଂ ରୋଷେୟାଙ୍କୁ କ୍ଲିନଚିଟ୍ ଦେବା ପରେ ସମସ୍ତଙ୍କ ନଜର ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରୀଭୂତ ରହିଛି । ଘଟଣାଦିନ ସୌମ୍ୟରଞ୍ଜନଙ୍କ ଦେହରେ କିଭଳି ନିଆଁ ଲାଗିଲା, ତାହାର ପ୍ରତ୍ୟକ୍ଷଦର୍ଶୀ କେବଳ ବିଦ୍ୟାଭାରତୀ । ‌

ତେଣୁ, ସୌମ୍ୟରଞ୍ଜନ ୯୦ ପ୍ରତିଶତ ଜଳିବା ପର୍ଯ୍ୟନ୍ତ ବିଦ୍ୟାଭାରତୀ କ’ଣ କରୁଥିଲେ, କାହାକୁ ସାହାଯ୍ୟ ପାଇଁ ଡାକିଥିଲେ ନା ସେ ନିଜେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ସୌମ୍ୟରଞ୍ଜନ ଜଳିଯିବାପରେ ପ୍ରଥମେ କାହାକୁ ଡାକି ହସ୍ପିଟାଲ୍‌କୁ ନେଲେ, କଟକ ସ୍ଥାନାନ୍ତରବେଳେ ବନ ବିଭାଗ କାର୍ଯ୍ୟାଳୟ ଗେଟ୍ ପାଖରେ ଆମ୍ବୁଲାନ୍ସ ୧୫ ମିନିଟ୍ କାହିଁକି ଅଟକିଥିଲା, କ୍ୱାର୍ଟର୍ସକୁ ଆସି ସେ କ’ଣ ଜିନିଷ ନେଇଥିଲେ, ଏମିତି ଅନେକ ତଥ୍ୟ ଅଧାରରେ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ପୁଲିସ ଘଟଣାସ୍ଥଳର ଛାନ୍‌ଭିନ୍‌ କରିବ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ, ପାରଳାଖେମୁଣ୍ଡି ପୁଲିସ୍‌ର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିବାବେଳେ ସୌମ୍ୟରଞ୍ଜନଙ୍କ ଭାଇ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ମୃତ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଲିଖିତ ଏକ ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦେଇଛନ୍ତି । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆରମ୍ଭରୁ ତଦନ୍ତର ଦିଗକୁ ବାଟବଣା କରିବା ସହିତ ପୁଲିସ ଅଭିଯୁକ୍ତଙ୍କ ସୁହାଇଲା ଭଳି କାର୍ଯ୍ୟ କରୁଛି । ଏନେଇ ପରିବାର ପକ୍ଷରୁ ବାରମ୍ବାର ଆପତ୍ତି ଉଠାଯାଇଥିଲେ ବି କିଛି ଫଳ ମିଳୁନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe