ପାରଳାଖେମୁଣ୍ଡିର ସରକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣାରେ ପୁଲିସର ତନାଘନା : ମୟୂରଭଞ୍ଜ ଓ ବାଲେଶ୍ୱର ଯାଇ ଉଭୟ ପରିବାରକୁ ପଚରା ଉଚରା କରୁଛି ପୁଲିସ୍

117

କନକ ବ୍ୟୁରୋ : ପାରଳାଖେମୁଣ୍ଡିର ସରକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହପାତ୍ରଙ୍କ ମୃତ୍ୟୁ ଉପରୁ ପରଦା ହଟାଇବା ପାଇଁ ପୁଲିସ୍ ତନାଘନା ଜାରି ରହିଛି । ଆଜି ପାରଳାଖେମୁଣ୍ଡି ଆଇଆଇସିଙ୍କ ନେତ୍ୱତ୍ୱରେ ଏକ ୫ ଜଣିଆ ଟିମ୍ ଖଇରା ପୁଲି ଥାନାରେ ପହଂଚି ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଛି ।

ଏହି ଚର୍ଚ୍ଚା ଆଲୋଚନା ପରେ ସେ ମୃତ ସୌମ୍ୟରଂଜନଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିବ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବାରୁ କାହିଁକି ଏଭଳି ଆଶଙ୍କା କରୁଛନ୍ତି ସେ ନେଇ ପଚରାଉଚରା କରିବ । ସେହିପରି ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରିପାରେ । ସୌମ୍ୟରଂଜନଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଆଲୋଚନା କରିବ ।