ପଥ ଉତ୍ସବ ପରେ ରାଜଧାନୀରେ ପାର୍କ ଉତ୍ସବର ମଜା ନେଉଛନ୍ତି ଲୋକେ । ପ୍ରତି ରବିବାର ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେଉଛି ପାଳନ

91

କନକ ବ୍ୟୁରୋ : ରାଜଧାନୀରେ ପଥ ଉତ୍ସବ ବନ୍ଦ ହେବା ପରେ ଅନୁଷ୍ଠିତ ହେଉଛି ପାର୍କ ଉତ୍ସବ । ପ୍ରତି ରବିବାର ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ପାର୍କ ଉତ୍ସବ ପାଳନ କରାଯାଉଛି । ଆଜି ବିଜୁ ପଟ୍ଟନାୟକ ପାର୍କ ଏବଂ ବୁଦ୍ଧ ଜୟନ୍ତି ପାର୍କରେ ପାର୍କ ଉତ୍ସବ ପାଳନ ହୋଇଛି । ପଥଉତ୍ସବ ଭଳି ପାର୍କ ଉତ୍ସବରେ ଜମୁଛି ସଂସ୍କୃତିକ କାର୍ଯ୍ୟକ୍ରମ । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି । ନାଚ, ଗୀତ, ସ୍କେଟିଂର ମଜା ନେବା ରାଜଧାନୀ ବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

ତେବେ କେବଳ ଏତିକି ନୁହେଁ ବରଂ ପାର୍କ ଉତ୍ସବରେ ମାଗଣା ସ୍ୱାସ୍ଥ୍ୟ ସେବା ମିଳୁଥିବା ଦେଖିବାକୁ ମିଳିଛି । ଲୋକମାନେ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଜଣାଯାଇଛି । ପୂର୍ବରୁ ରାଜଧାନୀରେ ପଥ ଉତ୍ସବର ଆୟୋଜନା ହେଉଥିଲା । ଆଉ ଏବେ ତାହାକୁ ପାର୍କରେ ପାର୍କ ଉତ୍ସବ ଭାବରେ ପାଳନ କରାଯାଉଛି । ସକାଳୁ ସକାଳୁ ପାଗ କୋହଲା ଥିଲେ ବି ଲୋକଙ୍କ ଭିଡ ଜମିଛି ।