ସ୍ମାର୍ଟ ସିଟିର ସମସ୍ତ ପାର୍କରେ ଲାଗିଲା କଟକଣା : ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ରୋକ

 କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସିର ପକ୍ଷରୁ ମରାଗଲା ନୋଟିସ

115

କନକ ବ୍ୟୁରୋ : ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଖୋର୍ଦ୍ଧାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନରେ କଟକଣା ଲାଗିବା ପରେ ବିଏମସି ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ସ୍ମାର୍ଟସିଟିର ସମସ୍ତ ପାର୍କରେ କଟକଣା ଲାଗିଛି । ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ରୋକ ଲାଗିଛି ।

ସବୁ ପାର୍କରେ ବିଏମସି ପକ୍ଷରୁ ନୋଟିସ ଲଗାଯାଇଛି । ବିନା ମାସ୍କରେ ପାର୍କରେ ପ୍ରବେଶ ମନା । ପାର୍କରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଛଅ ଫୁଟ ଦୂରତା ବାଧ୍ୟତାମୂଳକ କରାଯାଇଛି । ପାର୍କ ଭିତରେ ଗୁଟଖା ଓ ପାନ ଖାଇ ଅଥବା ଏଣେତେଣେ ଛେପ ପକାଇବା ମନା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କଟକଣା। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୋୖଧରୀଙ୍କ ସୂଚନା ଦିଆଯାଇଛି ।