ପର୍ଜଙ୍ଗ ଟକ୍କର! କିଏ ହାତେଇବ ଆସନ ? ସିପାହୀ ବାଛୁଛନ୍ତି ଜନତା ଜନାର୍ଦ୍ଦନ ।

221

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଉଛି ଓଡ଼ିଶା । ରାଜ୍ୟର ୬ଟି ଲୋକସଭା ଆସନ ଓ ଏହା ଅଧିନସ୍ଥ ୪୨ଟି ବିଧାନସଭା କ୍ଷେତ୍ରରେ ମତ ଦେଉଛନ୍ତି ମତଦାତା । ସେହିଭଳି ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ପର୍ଜଙ୍ଗ ବିଧାନସଭା ଆସନ କିଏ ଦଖଲ କରିବ ସେନେଇ ପ୍ରମୁଖ ଦଳ ମଧ୍ୟରେ ଚାଲିଛି ଛାକାପଞ୍ଝା, ଆଉ ପ୍ରାର୍ଥୀ ମାନଙ୍କ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି ଜନତା ଜନାର୍ଦ୍ଦନ । ତେବେ କ’ଣ କହୁଛି ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ ତଥ୍ୟ ନଜର ପକାନ୍ତୁ ।

୨୦୧୯ର ଲଢେଇ
ବିଜେଡି: ନୃସିଂହ ଚରଣ ସାହୁ
କଂଗ୍ରେସ: ଯଶସ୍ୱୀନି ରାଉତ
ବିଜେପି: ବିଭୂତି ପ୍ରଧାନ

୨୦୧୯-ବିଜେଡି: ନୃସିଂହ ଚରଣ ସାହୁ
– ୪ଥର ବିଧାୟକ
– ମନ୍ତ୍ରୀ ( ବାଣିଜ୍ୟ ଏବଂ ପରିବହନ )
– ସଂଗଠନ ଓ ଲୋକପ୍ରିୟତା ରହିଛି

୨୦୧୯-କଂଗ୍ରେସ: ଯଶସ୍ୱୀନି ରାଉତ
– ପୂର୍ବତନ ବ୍ଳକ୍ ଅଧ୍ୟକ୍ଷା
– ୨୦୧୪ର ପ୍ରାର୍ଥୀ ସନ୍ତୋଷ ରାଉତଙ୍କ ସ୍ତ୍ରୀ
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୯-ବିଜେପି: ବିଭୂତି ପ୍ରଧାନ
– ଜିଲ୍ଲା ବିଜେପି ସଭାପତି
– ୨୦୦୯ ( ୫,୧୮୮) ଏବଂ ୨୦୧୪ ( ୩,୦୫୨ )ଭୋଟରେ ପରାଜିତ
– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କୀୟ ଭାଇ

ମୈଦାନରେ ମହିଳା ପ୍ରାର୍ଥୀ
-ଯଶସ୍ୱୀନି ରାଉତ ( କଂଗ୍ରେସ )

ମୁହାଁମୁହିଁ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ନୃସିଂହ ଚରଣ ସାହୁ ୪ଥରର ବିଧାୟକ ଏବଂ ମନ୍ତ୍ରୀ ଅଛନ୍ତି

– ପୂର୍ବତନ ବ୍ଳକ୍ ଅଧ୍ୟକ୍ଷା ଯଶସ୍ୱୀନୀ ରାଉତଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ

– ବିଜେପି ପ୍ରାର୍ଥୀ ବିଭୂତି ପ୍ରଧାନ ଜିଲ୍ଲା ବିଜେପି ସଭାପତି ଅଛନ୍ତି ଏବଂ ଗତ ନିର୍ବାଚନରେ ମାତ୍ର ୩ ହଜାର ଭୋଟରେ ହାରିଛନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ
– ପରଜଂଗ ବ୍ଳକ୍ , କଙ୍କଡାହାଡ ବ୍ଳକ୍ ଏବଂ କାମାକ୍ଷନଗର ବ୍ଳକରେ ୫ଟି ପଂଚାୟତକୁ ନେଇ ପରଜଙ୍ଗ ନିର୍ବାଚନମଣ୍ଡଳୀ ଗଠିତ

ପରଜଙ୍ଗ ବିଧାନସଭା ଆସନ
– ୨୦୦୪ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
– ଢେଙ୍କାନାଳ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
– ବିଜେଡିର ଦବଦବା ରହିଛି
– ୨୦୦୯ ଏବଂ ୨୦୧୪ରେ ବିଜେଡିର ନୃସିଂହ ଚରଣ ସାହୁ ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୦ ହଜାର ୦୪୮
– ମତ ଦେଇଥିଲେ – ୧ ଲକ୍ଷ ୫୧ ହଜାର ୦୮୪
– ଭୋଟଦାନ ହାର – ୭୯.୫୦%

୨୦୧୪ର ଫଳାଫଳ
ପ୍ରାର୍ଥୀ                       ଦଳ        ଭୋଟ         ପ୍ରତିଶତ          ଫଳାଫଳ
ନୃସିଂହ ଚରଣ ସାହୁ        ବିଜେଡି    ୬୦,୫୨୩   ୪୦.୦୬%     ବିଜୟୀ
ସନ୍ତୋଷ କୁମାର ରାଉତ   କଂଗ୍ରେସ   ୧୮,୨୪୦   ୧୨.୦୭%     ପରାସ୍ତ
ବିଭୁତି ପ୍ରଧାନ              ବିଜେପି    ୫୭,୪୭୧    ୩୮.୦୪%     ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡ଼ିର ନୃସିଂହ ଚରଣ ସାହୁ ନିର୍ବାଚନ ଜିତିଥିଲେ
– ୬୦ ହଜାର ୫୨୩ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ବିଭୁତି ପ୍ରଧାନଙ୍କୁ ପରାସ୍ତ କରିଥିଲେ
– ୩ ହଜାର ୦୫୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୬ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ