କନକବ୍ୟୁରୋ:  ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହେଛି ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪। କିନ୍ତୁ ବିଶ୍ବର ସବୁଠୁ ବଡ଼ କ୍ରୀଡା ପ୍ରତିଯୋଗୀତାରେ ରହିଛି ଆତଙ୍କବାଦୀ ଆକ୍ରମଣର ଭୟ।  ଆତଙ୍କବାଦୀ ସଙ୍ଗଠନ ହମାସ ଓ  ଆଇଏସ୍ଆଇଏସ୍ ବଡ଼ ଧରଣର  ଆକ୍ରମଣ କରିବା ନେଇ ଗୁଇନ୍ଦା ସୂଚନା ମଳିଛି।  ପଣବନ୍ଦୀ, ଆତ୍ମଘାତୀ ବିସ୍ଫୋରଣ, ବଡ଼ ଧରଣର ବୋମା ବିସ୍ଫୋରଣ ନେଇ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ହେଲେ ୪ ସପ୍ତାହ ଧରି  ହେବାକୁ ଥିବା  ଅଲିମ୍ପିକ୍ସରେ ସୁରକ୍ଷା ବ୍ୟବସ୍ଥା ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।