କନକ ବ୍ୟୁରୋ: ପ୍ୟାରିସ୍ ଅଲମ୍ପିକ୍ସରେ ନିରାଶ କଲେ ଓଡ଼ିଆ ପୁଅ କିଶୋର ଜେନା । ଫାଇନାଲ ପାଇଁ କରିପାରିଲେନି କ୍ୱାଲିଫାଏ । ଏସିଆନ୍ ଚାମ୍ପିୟନସିପ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ ପରେ ଦେଶବାସୀଙ୍କର କିଶୋରଙ୍କ ଉପରେ ବେଶ ଆଶା ଭରସା ରହିଥିଲା । ଗ୍ରୁପ୍ A କ୍ବାଲିଫାଏ ରାଉଣ୍ତରେ ନବମ ସ୍ଥାନ ହାସଲ କରିଛନ୍ତି କିଶୋର ।

Advertisment

ଅଲମ୍ପିକ୍ସ ୨୦୨୪ ଗ୍ରୁପ A ଯୋଗ୍ୟତା ପର୍ୟ୍ୟାୟରେ ଫେଲ୍ ମାରିଲେ ଓଡ଼ିଆ ପୁଅ କିଶୋର ଜେନା । ଶତଚେଷ୍ଟା ପରେ ବି ଫାଇନାଲ ପାଇଁ କରିପାରିଲେନି କ୍ୱାଲିଫାଏ । ଯୋଗ୍ୟତା ରାଉଣ୍ତରେ ସେ ୮୦.୭୩ ମିଟର ଥ୍ରୋ ଫିଙ୍ଗିଥିଲେ । ଅମିତ ରୋହିଦାସଙ୍କ ପରେ ଅଲମ୍ପିକ୍ସ ଖେଳୁଥିବା ଦ୍ୱିତୀୟ ଓଡ଼ିଆ ପୁଅ ହେଉଛନ୍ତି କିଶୋର ଜେନା ।

୨୦୨୩ ହାଙ୍ଗଝୌ ଏସିଆନ୍ ଗେମସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତି ରେକର୍ଡ କରିଥିଲେ କିଶୋର । ଏସିଆନ୍ ଗେମ୍ସରେ ପ୍ରଥମ ଓଡ଼ିଆ ଭାବେ ବ୍ୟକ୍ତିଗତ ଇଭେଣ୍ଟରେ ସିଲଭର ପଦକ ପାଇଥିଲେ ପୁରୀ ବ୍ରହ୍ମଗିରିର ଏହି ଆଥଲେଟ୍ ।

ସେପଟେ ଟୋକିଓ ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ ଫାଇନାଲରେ ଏଣ୍ଟ୍ରି ମାରିଛନ୍ତି । ଜାଭେଲିନ ଥ୍ରୋ ଇଭେଣ୍ଟରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ୮୯.୩୪ ମିଟର ଫିଙ୍ଗି ଫାଇନାଲରେ ପହଞ୍ଚିଲେ । ଚଳିତ ସିଜିନରେ ଏହା ନୀରଜଙ୍କ ସର୍ବଶ୍ରେଷ୍ଠ ଥ୍ରୋ । ନୀରଜ ଟୋକିଓ ଅଲମ୍ପିକ୍ସରେ ୮୭.୫୮ ମିଟର ଥ୍ରୋ କରିଥିଲେ । ଯାହାଫଳରେ ତାଙ୍କୁ ଗୋଲ୍ଡ ମେଡାଲ ମିଳିଥିଲା । ଆଉ ଏବେ ଥ୍ରୋ ମାରି ସେ ଏବେ ନିଜ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ।