କନକ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସର ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତର ମନୁ ଭାକର ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ବର୍ଗରେ ସେ ତୃତୀୟ ସ୍ଥାନରେ ରହିଛନ୍ତି । ଏହା ସହ ମନୁ ଭାକର ନୂଆ ଇତିହାସ ରଚିଛନ୍ତି । ୨୦ ବର୍ଷପରେ କୌଣସି ମହିଳା ସୁଟର ଅଲିମ୍ପିକ୍ସ ଫାଇନାଲରେ ସ୍ଥାନ ପାଇଛନ୍ତି । ମନୁ ଭାକର କ୍ଲାଲିଫାଇଙ୍ଗ ରାଉଣ୍ଡରେ ୫୮୦ ପଂଏଟ ସ୍କୋର କରିଥିଲେ । ଭାରତୀୟ ସମୟ ଅନୁସାରେ ଆସନ୍ତକାଲି ଦିନ ୩ଟା ୩୦ରେ ଫାଇନାଲ ଖେଳାଯିବ । ମନୁ ଭାକର କାଲି ଦେଶ ପାଇଁ ମେଡାଲ ଆଣିବେ ବୋଲି ଆଶା ରଖିଛନ୍ତି । କାଲି ଫାଇନଲାରେ ୮ ସୁଟରଙ୍କ ମଧ୍ୟରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ମେଡାଲ ପାଇଁ ପ୍ରତିଯୋଗିତା ହେବ । କ୍ୱାଲିଫାଇଙ୍ଗ ରାଉଣ୍ଡରେ ହଙ୍ଗେରୀର ବେରେନିକା ମେଜର ଟପରେ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଦକ୍ଷିଣ କୋରିଆର ଜିନ ୟେ ଅଛନ୍ତି । ଭାରତର ମନୁ ଭାକର ୬ଟି ପ୍ରୟାସରେ ୯୭,୯୭, ୯୮, ୯୬,୯୬ ଓ ୯୬ ସ୍କୋର କରିଥିଲେ । ଏହା ପୂର୍ବରୁ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସୁମା ସିରୁର ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ପଂହଚିଥିଲେ ।
ପ୍ୟାରିସ ଅଲମ୍ପିକ୍ସରେ ଭାରତର ପ୍ରଥମ ପଦକ ଆଶା । ମନୁ ଭାକର ରଚିଲେ ଇତିହାସ, ୨୦ ବର୍ଷ ପରେ ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗ ଫାଇନାଲରେ ଭାରତୀୟ ସୁଟର ।
/kanak/media/post_attachments/wp-content/uploads/2024/07/Manu-Bhaker.jpg)