କନକ ବ୍ୟୁରୋ : ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଖେଳାଳୀ କାଟିଲେ ଆଙ୍ଗୁଠି । କଥା ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ । ଆଉ କିଛି ଦିନ ପରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି । ଠିକ ଏହା ପୂର୍ବରୁ ଅଷ୍ଟ୍ରେଲିଆ ହକି ଖେଲାରୀ ମ୍ୟାଟ ଡାଉନସନ ଏକ ଚକିତ କରିବା ଭଳି କାମ କରିଛନ୍ତି । ମେଟଙ୍କ ବାମ ହାତର ଅନାମିକା ଅଙ୍ଗୁଳି ଭାଙ୍ଗିଯିବା ଫଳରେ ଏହା ଠିକ ହେବାକୁ ବହୁ ସମୟ ଲାଗିବ ବୋଲି ଜାଣି ନିଜ ଆଙ୍ଗୁଠିକୁ କାଟି ଦେଇଛନ୍ତି । ସୂଚନା ଅନୁସାର ଦକ୍ଷ ପ୍ଲାଷ୍ଟିକ ସର୍ଜନଙ୍କ ଦ୍ବାରା ଅଙ୍ଗୁଠିର ଉପର ଭାଗ କାଟିଛନ୍ତି ମେଟ । ଅନାମିକା ଅଙ୍ଗୁଠି ଭାଙ୍ଗିବା ପରେ ଡାକ୍ତର ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ କହିଥିଲେ । ତେଣୁ ଅଲିମ୍ପିକ୍ସ ଖେଳିବାକୁ ନେଇ ଆଶଙ୍କା ପ୍ରକାଶ କରିବା ପରେ ମେଟ ଏହି ନିଷ୍ପତି ନେଇଛନ୍ତି । ଟୋକିଓ ଅଲମ୍ପିକ୍ସରେ ଟିମ ଅଷ୍ଟ୍ରେଲିଆ ବ୍ରୋଂଚ ପଦକ ଜିତିଥିଲା ଆଉ ଏଥରକ ଚାମ୍ପିୟନ ହେବ ଲକ୍ଷ୍ୟ ରଖିଛି ।