ଅଲିମ୍ପିକ୍ସରେ ଇତିହାସ ରଚିଲେ ବ୍ୟାଡମିଣ୍ଟନ ଖେଳାଳୀ ଲକ୍ଷ୍ୟ ସେନ୍ ;  ସିଙ୍ଗିଲ୍ସ ପ୍ରତିଯୋଗୀତାରେ ଚୀନକୁ ହରାଇ ପ୍ରଥମ ଭାରତୀୟ ଭାବେ ସେମିରେ ପହଞ୍ଚିଲେ । 

ଅଲିମ୍ପିକ୍ସରେ ଇତିହାସ ରଚିଲେ ବ୍ୟାଡମିଣ୍ଟନ ଖେଳାଳୀ ଲକ୍ଷ୍ୟ ସେନ୍ ;  ସିଙ୍ଗିଲ୍ସ ପ୍ରତିଯୋଗୀତାରେ ଚୀନକୁ ହରାଇ ପ୍ରଥମ ଭାରତୀୟ ଭାବେ ସେମିରେ ପହଞ୍ଚିଲେ । 

କନକ ବ୍ୟୁରୋ: ଅଲିମ୍ପିକ୍ସର ସପ୍ତମ ଦିନରେ ଭାରତ ପାଇଁ ଆସିଛି ଖୁସି ଖବର। ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ବ୍ୟାଡମିଣ୍ଟର ଖେଳାଳୀ ଲକ୍ଷ୍ୟ ସେନ। ଚୀନକୁ ହରାଇ ପ୍ରଥମ ଭାରତୀୟ ଭାବେ ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ସେମିରେ ପ୍ରବେଶ କରିଛନ୍ତି ଲକ୍ଷ୍ୟ। ଚୀନର ଚାଇନିଜ ତାଇପେ’ର ଚୌ ଡିଏନଙ୍କୁ ୩-୦ରେ ହରାଇଛନ୍ତି ଲକ୍ଷ୍ୟ।

ସେପଟେ ଆଉ ଏକ ପଦକ ଆଶା ବଢ଼ାଇଛନ୍ତି ମନୁ ଭାକର। ଭାରତୀୟ ସୁଟର ମନୁ ମହିଳା ୨୫ ମିଟର ପିସ୍ତଲ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। କ୍ୱାଲିଫିକେସନରେ ମୋଟ ୫୯୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମନୁ। ମନୁ ପ୍ରିସିଜନ ରାଉଣ୍ଡରେ ୨୯୪ ଏବଂ ରାପିଡରେ ୨୯୬ ଫଏଣ୍ଟ ହାସଲ କରିଛନ୍ତି। ସେହିପରି ଇଭେଣ୍ଟରେ ଭାରତର ଅନ୍ୟତମ ସୁଟର ଈଶା ସିଂ ୧୮ତମ ସ୍ଥାନରେ ରହି ନିରାଶ କରିଛନ୍ତି। ଭାରତୀୟ ସମୟ ଅନୁସାରେ, ଅପରାହ୍ନ ଗୋଟାଏରେ ଫାଇନାଲ୍ ମୁକାବିଲା ଖେଳାଯିବ। ପୂର୍ବରୁ ମନୁ ୧୦ ମିଟର ଏୟାର ପିସ୍ତଲ ଏବଂ ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିସାରିଛନ୍ତି।

ସେହିପରି ହକିରେ ମଧ୍ୟ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ଗ୍ରୁପ-ବି’ର ଶେଷ ଲିଗ୍ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇଛି ଭାରତ। ଏଥିସହ ଭାରତ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇବାର ସୌଭାଗ୍ୟ ଅର୍ଜନ କରିଛି। ତେବେ ଆର୍ଚେରୀରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ମିକ୍ସଡ ଟିମ୍ ବ୍ରୋଞ୍ଜ ପଦକ ମୁକାବିଲାରେ ଆମେରିକାଠାରୁ ପରାସ୍ତ ହୋଇଛି ଭାରତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe