ପ୍ୟାରିସ ଅଲିମ୍ପକ୍ସରେ  ଇତିହାସ ରଚିଛି ଭାରତ । ବ୍ରୋଂଚ ମେଡାଲ ଜିତି ଏହି ଉପଲବ୍ଧି ହାସଲ କରିଛି ଭାରତୀୟ ହକି ଟିମ୍ । ହରମନପ୍ରୀତି ସିଂଙ୍କ ନେତୃତ୍ବରେ  ଟିମ ଇଣ୍ଡିଆ ସ୍ପେନକୁ ୨-୧ ଗୋଲରେ ହରାଇଛି । ପ୍ରଥମ କ୍ବାର୍ଟରରେ କୌଣସି ବି ଟିମ ଗୋଲ କରିପାରିନଥିଲେ । କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଆଉ ରୋମାଂଚକର ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂ ଦୁଇଟି ଗୋଲ ସ୍କୋର କରିଥିଲେ । ଦ୍ବିତୀୟାର୍ଧର ୩୦ ମିନିଟରେ ହରମନପ୍ରୀତ ଗୋଲ କରିଥିଲେ । ଦ୍ବିତୀୟାର୍ଧ ଶେଷ ସୁଦ୍ଧା ଦୁଇଟି ଟିମ ୧-୧ ଗୋଲରେ ବରାବର ରହିଥିଲେ । ତୃତୀୟ କ୍ବାର୍ଟରରେ ହରମନପ୍ରୀତି ସିଂ ଆଉ ଗୋଟିଏ ଗୋଲ ଦେଇଥିଲେ ।

Advertisment

୩୩ତମ ମିନିଟରେ ଏହି ଗୋଲ ହୋଇଥିଲା । ଆଉ ଚତୁର୍ଥ କ୍ବାର୍ଟର  ସରିବା ବେଳକୁ ଭାରତ ଲିଡରେ ରହିଥିଲା । ଏଭଳି ଭାବେ ଭାରତ ମ୍ୟାଚକୁ ୨-୧ରେ ଜିତି ନେଇଛି ।   ଦୁଇଟି ପେନାଲଟି କର୍ଣ୍ଣରକୁ ହରମନପ୍ରୀତି ସିଂ ଗୋଲରେ ପରିଣତ କରିଥିଲେ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବି ଭାରତ ବ୍ରୋଂଜ ମେଡାଲ ପାଇଥିଲା । ୧୯୭୨ ମସିହାପରେ ପରେ ଏଭଳି ହୋଇଛି ଲଗାତାର ଦୁଇଟି ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍  ମେଡାଲ ଜିତିଛି । ୫୧ ବର୍ଷ ପରେ ଭାରତ ଏଭଳି ଇତିହାସ ରଚିଛି । ଭାରତର ଏହି ବିଜୟରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ସେପଟେ ବିଜୟୀ  ଟିମ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏହାସହ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ।  ଏହାସହ ଆର୍ଥିକ ପୁରସ୍କାର ବି ଘୋଷଣା ହୋଇଛି ।  ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କାର ଆର୍ଥିକ ସହାୟତା ମିଳିବ । ପ୍ରତ୍ୟେକ ଖେଳାଳିଙ୍କୁ  ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ଲକ୍ଷ ଆର୍ଥିକ ପୁରସ୍କାର ମିଳିବ । ହକି ଇଣ୍ଡିଆର ପ୍ରଯୋଜକ ରହିଛି ଓଡିଶା । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ଅସଂଖ୍ୟ କ୍ରୀଡାବିତଙ୍କୁ  ଏହି ସଫଳତା ଉତ୍ସାହିତ କରିବ ।