କନକ ବ୍ୟୁରୋ: ଉଦଘାଟିତ ହୋଇଛି ପ୍ୟାରିସ ଅଲିମ୍ପିକ୍ସ । ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ ଏହି ବିଶ୍ବ କ୍ରୀଡ଼ା ମହାକୁମ୍ଭ । ଅଲିମ୍ପିକ୍ସରେ ୨୦୦ଟି ଦେଶର ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ଭାରତର ୧୧୭ ଜଣ ଖେଳାଳି ୧୬ଟି କ୍ରୀଡ଼ାରେ ଭାଗ ନେବେ । ଆଜି ୭ଟି ଇଭେଣ୍ଟରେ ରହିଛି ଭାରତର ମ୍ୟାଚ୍ । ଦିନ ୧୨ଟା ୩୦ରେ ରୋଇଁ ଓ ସୁଟିଂ ପ୍ରତିଯୋଗୀତା ରହିଛି । ୧୨ଟା ୫୦ରେ ବ୍ୟାଡମିଣ୍ଟନ ଗ୍ରୁପ ଷ୍ଟେଜ୍ ମ୍ୟାଚ୍ ଖେଳାଯବ । ସନ୍ଧ୍ୟା ସାଢ଼େ ୬ଟାରେ ଖେଳାଯିବ ଟେନିସ ଓ ଟେବୁଲ ଟେନିସ ମ୍ୟାଚ୍ । ସେହିପରି ରାତି ୯ଟାରେ ହକିରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଅଲିମ୍ପିକ୍ସରେ ଚଳିତ ଥର ଦୁଇ ଜଣ ଓଡ଼ିଆ ଖେଲାଳି ଅଂଶଗ୍ରହଣ କରିଥିବା ବେଳେ ଭାରତୀୟ ହକି ଟିମରେ ଅଛନ୍ତି ଓଡ଼ିଶାର ଷ୍ଟାର ପ୍ଲୋୟାର ଅମିତ ରୋହିଦାସ । ଆଜି ଅମିତଙ୍କଠାରୁ ଭଲ ଖେଳ ସହ ବଡ଼ ବିଜୟ ଆଶାରେ ଅଛନ୍ତି ଭାରତୀୟ କ୍ରୀଡ଼ାପ୍ରେମୀ ।

ଅଲିମ୍ପିକ୍ସ: ଭାରତର ଭାଗ୍ୟ ପରୀକ୍ଷା

ପ୍ୟାରିସ ଅଲିମ୍ପିକ୍ସରେ ଆଜି ଭାରତର ଅଭିଯାନ ଆରମ୍ଭ

୧୬ଟି କ୍ରୀଡ଼ାରେ ଭାଗ ନେଉଛନ୍ତି ୧୧୭ ଜଣ ଖେଳାଳି

ଆଜି ୭ଟି ଇଭେଣ୍ଟରେ ରହିଛି ପ୍ରତିଯୋଗିତା

ଦିନ ୧୨ଟା ୩୦ରେ ରୋଇଁ ଓ ସୁଟିଂ ପ୍ରତିଯୋଗିତା

୧୨ଟା ୫୦ରେ ବ୍ୟାଡମିଣ୍ଟନ ଗ୍ରୁପ ଷ୍ଟେଜ୍ ମ୍ୟାଚ୍

ସନ୍ଧ୍ୟା ୬ଟା ୩୦ରେ ଟେନିସ ଓ ଟେବୁଲ ଟେନିସ ମ୍ୟାଚ୍

ରାତି ୯ଟାରେ ହକିରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ହକି ଟିମରେ ଅଛନ୍ତି ଓଡ଼ିଆ ଖେଳାଳି ଅମିତ ରୋହିଦାସ

ଅଗଷ୍ଟ ୧୧ ଯାଏ ଚାଲିବ ବିଶ୍ବ କ୍ରୀଡ଼ା ମହାକୁମ୍ଭ