କନକବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ରଚିଲେ ଇତିହାସ। ଲଗାତାର ଦୁଇଟି ମେଡାଲ ହାତେଇ ଦେଶ ପାଇଁ ଗୌରବ ଆଣିଛନ୍ତି ମନୁ ଭାକର। ପ୍ରଥମ ମହିଳା କ୍ରୀଡ଼ାବିତ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି। ସୁଟର ଯୋଡ଼ି ମନୁ ଭାକର ଓ ସରବଜୋତ ସିଂହ ୧୦ ମିଟର ଏୟାର ପିଷ୍ଟଲ ମିକ୍ସ ଟିମ୍ ଇଭେଣ୍ଟରେ ବ୍ରୋଞ୍ଚ ମେଡାଲ ହାତେଇଛନ୍ତି। କୋରିଆ ଯୋଡ଼ିକୁ ୧୬-୧୦ ପଏଣ୍ଟରେ ହରାଇ ଦୁହେଁ ମେଡାଲ ହାତେଇଛନ୍ତି।

Advertisment

ଏହି ବିଜୟ ସହ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ପୂର୍ବରୁ ମଧ୍ୟ ଭାରତକୁ ବ୍ରୋଞ୍ଜ ମିଳିଥିଲା। ଶୁଟର୍ ମନୁ ଭାକର ଏହି ବିଜୟ ଭେଟି ଦେଇଥିଲେ। ଶୁଟର୍ ମନୁ ଭାକର ମଧ୍ୟ ନିଜ ନାଁରେ ରେକର୍ଡ ଯୋଡିଛନ୍ତି। ଅଲିମ୍ପିକ୍ସର ଗୋଟିଏ ଇଭେଣ୍ଟରେ ଦୁଇଟି ପଦକ ଜିତିବାରେ ମନୁ ଭାକର ହେଉଛନ୍ତି ପ୍ରଥମ ଭାରତୀୟ ଆଥଲେଟ। ଏହା ପୂର୍ବରୁ ୧୦ ମିଟର ଏୟାର ପିଷ୍ଟଲ ମହିଳା ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ହାତେଇ ସାରିଛନ୍ତି। ସେହିପରି ସରବଜୋତ ସିଂହ ମଧ୍ୟ ବ୍ୟକ୍ତିଗତ ରେକର୍ଡ କରିଛନ୍ତି। ସେ ପ୍ରଥମ ଥର ବ୍ରୋଞ୍ଜ ବିଜୟୀ ହୋଇଛନ୍ତି।

ସୁଚନା ଅନୁଯାୟୀ ପ୍ୟାରିସ ଅଲିମ୍ପିକ୍ସରେ ମେଡାଲ୍ ଖାତା ଖୋଲିଥିଲେ ଭାରତ । ମହିଳା ସୁଟିଂରୁ ପ୍ରଥମ ପଦକ ୨୨ ବର୍ଷିୟା ମନୁ ଭାକର ଆଣିଥିଲେ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏଥିସହିତ ପ୍ରଥମ ଭାରତୀୟ ମହିଳା ସୁଟର୍ ଭାବରେ ଅଲିମ୍ପିକ୍ସ ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର। ମୋଟ୍ ୨୨୭.୧ ସ୍କୋର ସହ ବ୍ରୋଞ୍ଜ ଜିତିଛନ୍ତି ମନୁ ।

ସୁଟିଂରେ ଅଲିମ୍ପିକ୍ସ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ମହିଳା । ଏଥିସହ ୧୨ ବର୍ଷ ଧରି ସୁଟିଂରେ ପଦକ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ ମନୁ ଭାକର। ଝିଅ ସଫଳତାରେ ଘରେ ଜୋରଦାର ସେଲିବ୍ରେସନ୍ ହୋଇଥିଲା । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ ମନୁ ଭାକର । ମନୁଙ୍କ ଏହି ସଫଳତା ପରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ ।