କନକ ବ୍ୟୁରୋ: ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ୧୭ ବର୍ଷର ନାବାଳକ ଉପରେ ଟ୍ରାଫିକ୍ ପୁଲିସ ଗୁଳି ଚଳାଇବାକୁ କେନ୍ଦ୍ର କରି ହିଂସା ଉଗ୍ର ରୂପ ନେଇଛି । ଆଜି ଦ୍ୱିତୀୟ ଦିନରେ ମଧ୍ୟ ପ୍ୟାରିସରେ ବିକ୍ଷୋଭକାରୀଙ୍କ ଦ୍ୱାରା ହିଂସା ଜାରି ରହିଥିବା ଜଣାପଡିଛି ।

Advertisment

ହିଂସାର କାରଣ କ’ଣ?

ସୂଚନା ମୁତାବକ, ପ୍ୟାରିସରେ ନାହେଲ ଏମ୍ ନାମକ ନାବାଳକ ଟ୍ରାଫିକ୍ ନିୟମ ଭାଙ୍ଗି ଗାଡି ରୋକିବାକୁ ମନା କରିଦେଇଥିଲା । ଏହାପରେ ଜଣେ ପୁଲିସକର୍ମୀ ନାବାଳକ ଉପରକୁ ଅତି ନିକଟରୁ ଗୁଳି ଚଳାଇଥିଲା । ଏହି ଘଟଣା ଖୁବ୍ କମ ସମୟରେ ସାରା ସହରରେ ବ୍ୟାପୀଯାଇଥିଲା । ଫଳରେ ପୁଲିସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ପ୍ରଦର୍ଶନକାରୀ ।

ଏହି ଘଟଣାକୁ ନେଇ କେବଳ ପ୍ୟାରିସରେ ନୁହେଁ ବରଂ ଅନ୍ୟ ସହରମାନଙ୍କରେ ମଧ୍ୟ ପ୍ରଦର୍ଶନ ଦେଖିବାକୁ ମିିଳିଛି । ଏଯାଏଁ ୧୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ୨୦୦୦ରୁ ଅଧିକ ପୁଲିସକର୍ମୀଙ୍କୁ ପ୍ୟାରିସରେ ମୁତୟନ କରାଯାଇଛି ।