କନକ ବ୍ୟୁରୋ: ଅଲିମ୍ପିକ୍ସରେ ଭାରତୀୟ ହକି ଟିମକୁ ବଡ ଝଟକା । କାରଣ ସେମିଫାଇନାଲରେ ଖେଳିପାରିବେନି ପ୍ରମୁଖ ହକି ଖେଳାଳି ଅମିତ ରୋହିଦାସ । ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ ହକି ଟୁର୍ଣ୍ଣାମେଣ୍ଟରେ ଅମିତ ରୋହିଦାସଙ୍କୁ ମ୍ୟାଚ୍ ପାଇଁ ନିଷିଦ୍ଧ କରାଯାଇଛି ଏବଂ ମଙ୍ଗଳବାର ଜର୍ମାନୀ ବିପକ୍ଷ ଭାରତ ସେମିଫାଇନାଲ୍ ମ୍ୟାଚରେ ସେ ଖେଳିପାରିବେ ନାହିଁ।

ରବିବାର ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ଭାରତୀୟ ହକି ଦଳର କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ଅମିତ ରୋହିଦାସଙ୍କୁ ରେଡକାର୍ଡ ମିଳିବା ପରେ ଏହି ନିଷେଦ୍ଧାଦେଶ ଜାରି କରାଯାଇଛି। ଏଫଆଇଏଚ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଅଗଷ୍ଟ ୪ରେ ଭାରତ-ଗ୍ରେଟ୍ ବ୍ରିଟେନ୍ ମ୍ୟାଚ୍ ସମୟରେ ଏଫଆଇଏଚ୍ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଅମିତ ରୋହିଦାସଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ କରାଯାଇଛି। "

ଏହି ନିଲମ୍ବନ ମ୍ୟାଚ୍ ନମ୍ବର ୩୫ (ଜର୍ମାନୀ ବିପକ୍ଷ ଭାରତର ସେମିଫାଇନାଲ୍ ମ୍ୟାଚ୍)କୁ ପ୍ରଭାବିତ କରିବ, ଯେଉଁଠାରେ ଅମିତ ରୋହିଦାସ ଖେଳିପାରିବେ ନାହିଁ ଯେଉଁଥିରେ ଭାରତ ୧୫ ଜଣିଆ ଦଳ ସହ ଖେଳିବ ।