ଇନଷ୍ଟାଗ୍ରାମରେ ପରିଣିତିଙ୍କ ସୁ କଲେକ୍ସନକୁ ନେଇ ଚର୍ଚ୍ଚା । ଫ୍ୟାନ୍ସ କହିଲେ ‘ପରୀଙ୍କ ପାଖରେ ସୁ ମ୍ୟୁଜିୟମ୍’

100

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ବଲିଉଡ ଆକ୍ଟ୍ରେସ୍ ପରିଣିତି ଚୋପ୍ରା । ନିଜ ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫକୁ ସବୁବେଳେ ଫ୍ୟାନ୍ସଙ୍କ ସହ ସେୟର କରିବାକୁ ଭଲ ପାଆନ୍ତି ପରି । ଏବେ ଇନଷ୍ଟାଗ୍ରାମରେ ସେୟାର କରିଥିବା ତାଙ୍କ ଜୋତା କଲେକ୍ସନକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଫ୍ୟାନ୍ସ ।

ନିକଟରେ ଏକ ସୋଫା ପାଖରେ ଓ ଏକ ସୁ-ରାକ ପାଖରେ ପୋଜ ଦେଇଥିବା ନଜର ଆସିଥିଲେ ପରିଣିତି ଚୋପ୍ରା । ଏକ ବାଥ୍ ରୋବ୍ ପିନ୍ଧିଥିବା ପରିଣିତି ଲେଖିଥିଲେ ସେ ମାତ୍ର ୫ ମିନିଟରେ ରେଡି ହୋଇଯାନ୍ତି ହେଲେ ଏହାକୁ ଗ୍ରହଣ କରିପାରିନଥିଲେ ପ୍ରଶଂସକ । ଆଉ ଏହାପରେ ତାଙ୍କ ସୁ କଲେକ୍ସନକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏତେ ସଂଖ୍ୟକ ଜୋତାକୁ ଦେଖି ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା ମଧ୍ୟ ନିଜକୁ ରୋକି ପାରିନଥିଲେ । ‘ ପରିଙ୍କ ଏପରି ସୁ କେଲକ୍ସନକୁ ଦେଖି ତାଙ୍କୁ ଇର୍ଷା ହେଉଛି । ତାଙ୍କୁ ବି ଏପରି କଲେକ୍ସନ ଦରକାର’ ବୋଲି ସାଇନା ପୋଷ୍ଟ କରିଥିଲେ । ଏଥିପାଇଁ ପରିଣିତି ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ତେବେ ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ପରିଣିତିଙ୍କ ୩ଟି ଫିଲ୍ମ ରିଲିଜ୍ ହୋଇଛି । ପେବ୍ରୁଆରୀରେ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ର ହିନ୍ଦି ସସ୍କରଣ ନେଟପ୍ଳେକ୍ସରେ ରିଲିଜ୍ ହୋଇଥିବାବେଳେ ମାର୍ଚ୍ଚରେ’ ସନ୍ଦିପ ଔର ପିଙ୍କି ଫରାର’ ରିଲିଜ୍ ହୋଇଥିଲା । ଏହାପରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି ସାଇନା ନେହୱାଲଙ୍କ ବାୟୋପିକ୍ ‘ସାଇନା’ ।