କନକ ବ୍ୟୁରୋ: ଆଜି ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢାଙ୍କ ନିର୍ବନ୍ଧ ଦିଲ୍ଲୀର କପୁରଥଲା ହାଉସରେ ଦୁହିଁଙ୍କ ନିର୍ବନ୍ଧ ରୀତି ଅନୁଷ୍ଠିତ ହେବାର ସୂଚନା ରହିଛି ।

Advertisment

ଦୁହେଁ ନିଜ ନିଜ ପ୍ରଫେସନାଲ ଜୀବନରେ ବେଶ୍ ସଫଳ । ଦୁହିଁଙ୍କ ପାଖରେ ନାମ ସହ ଯଥେଷ୍ଟ ସମ୍ପତ୍ତି ମଧ୍ୟ ରହିଛି । ତେବେ ଜାଣନ୍ତୁ କାହା ପାଖରେ ରହିଛି କେତେ ସମ୍ପତ୍ତି । ରାଘବ ଚଢା ହେଉଛନ୍ତି ୍ର ଆପର ସବୁଠାରୁ କମ୍ ବୟସ୍କ ସାଂସଦ । ୨୦୧୨ରେ ରାଘବ ଆପରେ ଯୋଗ ନେଇ ନିଜ ରାଜନୈତିକ କାରିଅର ଆରମ୍ଭ କରିଥିଲେ । ରାଘବ ନିଜର ଦମଦାର ଭାଷଣ ଦେବାରେ ବେଶ୍ ଦକ୍ଷ । ରାଜନୀତିରେ ପାଦ ଦେବା ପୂର୍ବରୁ ରାଘବ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ । ତାଙ୍କ ପାଖରେ ୫୦ ଲକ୍ଷ ଟଙ୍କାର ନେଟ୍ କ୍ୟାସ୍ ଥିବା ରାଘବ ଚଢା ନିଜ ଦସ୍ତାବିଜରେ ଦର୍ଶାଇଛନ୍ତି । ଏହା ସହ ତାଙ୍କ ପାଖରେ ମାରୁତି ସ୍ୱିଫ୍ଟ ଡିଜାୟାର କାର ଓ ୩୭ ଲକ୍ଷ ଟଙ୍କାର ଏକ ଘର । ଏହାସହ ତାଙ୍କ ପାଖରେ ୫ଲକ୍ଷ ଟଙ୍କାର ସୁନା ଥିବାର ସେ ଔପଚାରିକ ଭାବେ ଦର୍ଶାଇଛନ୍ତି ।

ସମ୍ପତ୍ତି ମାମଲାରେ ପରିଣୀତି କିନ୍ତୁ ରାଘବଙ୍କ ଠାରୁ ଢେର ଆଗରେ । ପରିଣୀତିଙ୍କର ମୋଟ୍ ନେଟ୍ ୬୦ କୋଟି । ତାଙ୍କର ମୁମ୍ବାଇରେ ରହିଛି ଏକ ଲଗଜୁରୀ ଆପାର୍ଟମେଣ୍ଟ । ତାଙ୍କ ପାଖରେ ରହିଛି ଅଡି ଏ୬ କାର, ଜାଗୁଆର, ଏକ୍ସଜେଏଲ ଓ ଅଡି କ୍ୟୁ୫ ପରି ଦାମୀ କାର ।