କନକ ବ୍ୟୁରୋ : ରାଜା ପାଲଟିବେ ନେତା । ପାରିକୁଦର ଯୁବରାଜ ସନ୍ତୋଷ ଚନ୍ଦ୍ର ଦେଓ ୨୦୨୪ ନିର୍ବାଚନରେ ଲଢିବା ପାଇଁ ଆଶାବାଦୀ ଅଛନ୍ତି । ରାଜନୀତିକୁ ଓହ୍ଲାଇବା ନେଇ ଦୋଳ ଉତ୍ସବ ପ୍ରଜାମେଳିରେ ଘୋଷଣା କରିଛନ୍ତି ରାଜା । ସେ ବିଜେଡିରୁ ଟିକେଟ୍ ଆଶାୟୀ ଅଛନ୍ତି । ଗତ ବିଧାନସଭା ନିର୍ବାଚନ ବେଳେ କୃଷ୍ଣପ୍ରସାଦ ବ୍ଲକ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପାଖାପାଖି ଥିଲେ ଯୁବରାଜ । ସେହି ଦିନଠାରୁ ତାଙ୍କ ରାଜନୀତିକୁ ନେଇ ଚର୍ଚ୍ଚା ହେଉଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ବାଣପୁର ସ୍ଥିତ ବଙ୍କାଡ ଗଡର ରାଜ ପରିବାରର ବଂଶଧର ସନ୍ତୋଷ ଚନ୍ଦ୍ର ଦେଓ ଚିଲିକା ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଏହା ଶୁଣି ଖୁସି ହୋଇଛନ୍ତି ଚିଲିକାର ମତ୍ସ୍ୟଜୀବୀ । ଏମାନେ ନିର୍ବାଚନ ମଣ୍ଡଳିର ମୋଟ ଭୋଟର ସଂଖ୍ୟାର ସିଂହ ଭାଗ । ଚିଲିକା ନିର୍ବାଚନ ମଣ୍ଡଳର ୧୭ଟି ପଂଚାୟତରୁ ୧୦ଟି ପଂଚାୟତ ମତ୍ସଜୀବୀ ଗାଁର ରହିଛି । ପ୍ରାୟ ୪୬ ହଜାର ଭୋଟର ଥିବାରୁ ଏହାର ଗୁରୁତ୍ୱ ବଢିଯାଇଛି । ମସ୍ୟଜୀବୀ ସଂମ୍ପ୍ରଦାୟର ସମର୍ଥନ ଥିବାରୁ ନିର୍ବାଚନ ଲଢିଲେ, ଅଧିକ ଭୋଟ ପାଇବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ରାଜା ।
ଚିଲିକା ନର୍ବାଚନ ମଣ୍ଡଳୀର ବିଭିନ୍ନ ସଭା ସମିତି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ରାଜାଙ୍କୁ ଦେଖିବାକୁ ମିଳୁଛି । ବନ୍ୟାବାତ୍ୟା ବେଳେ ଲୋକଙ୍କ ନିକଟରେ ପହଂଚିଛି ଖାଦ୍ୟ ବଂଟନ କରିବା ଠାରୁ ଆରମ୍ଭ କରି ଗାଁ ଗାଁ ବୁଲି ଯୁବପିଢିଙ୍କ ନିକଟତର ହେଉଛନ୍ତି । ଏପରି କି ବାଣପୁର, ବାଲୁଗାଁରେ ଆୟୋଜିତ ଧାର୍ମିକ ଅନୁଷ୍ଠାନରେ ମଧ୍ୟ ସାମିଲ ହେଉଛନ୍ତି ।